STORYMIRROR

Santosh Mishra

Abstract Comedy Fantasy

4  

Santosh Mishra

Abstract Comedy Fantasy

ହେପି ନିଉ ଇୟର

ହେପି ନିଉ ଇୟର

1 min
405

ସେଟା

ମଧ୍ଯ ରାତ୍ରୀ ହୋଇଥିଲା

ଗାଢ଼ ନିଦରେ

ଶୋଇଥିଲା ବେଳେ

ସେ ମୋ ଉପରେ

ଚଢିଗଲା,

ମୁଣ୍ଡକୁ ହଲାଇ

ଗାଲ ଚିପି ଚିପି

ମୋତେ ସେ ଉଠାଇ

ଡାକୁଥିଲା

ମୁହଁ ସାରା ଚୁମା

ଦେଉ ଥିଲା

ମୋ ଦେହ ଉପରେ

ଶୋଇଗଲା

ମୋ, ହାତକୁ ଉଠାଇ,

ତା ଦେହ ଉପରେ

ଥୋଇବାକୁ କେତେ ଡାକୁଥିଲା

ଦେହ କୁତୁ କୁତୁ ଲାଗୁଥିଲା

ମୋ ପାଟିରୁ ହସ ଝରୁଥିଲା  l


ମୋ ଦେହ ଉପରେ

ତା ଦଳା ଚକଟା

ଟିକିଏ ଆରାମ ଲାଗୁଥିଲା

ଦେହ ସାରା ଓଦା ହୋଇଗଲା

ନିଦ ପୁରାପୁରି ଭାଙ୍ଗିଗଲା

ଆଖି ଖୋଲି ଟିକେ

ଅନେଇ ଦେବାରୁ

ମୋ ମଥାରେ ଚୁମ୍ମା ମାରିଦେଲା l


କୋମଳ କଣ୍ଠରେ

ସେ ମୋ ପାଖରେ

ହେପି ନିଉ ଇୟର କହିଗଲା,

ଅଧା ଘଣ୍ଟା ହେଲା

କାନରେ ମୋହର

ପାପା ପାପା ଡାକ ଶୁଭୁଥିଲା,

ସେ ଦେଢ଼ ବର୍ଷର

କୁନି ଝିଅ ମୋର

ପ୍ରଥମେ ଶୁଭେଚ୍ଛା ଜଣାଇଲା

ହେପି ନିଉ ଇୟର କହିଦେଲା  l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract