STORYMIRROR

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

ଚିଠି

ଚିଠି

1 min
270


ସୁଦୂର ଜୀବନ ସାଥୀ ହେ 

    ପାଇ ତବ ପତର 

ନୟନୁ ଲୋତକ ଗଡୁଛି 

     ହୃଦ ହୁଏ କାତର ।


କଟକେ ରହିଲେ ଛଟକେ 

   ବହୁ ବୁଲା ନଗରୀ 

ଜଡିଲ କା ପ୍ରେମେ ପଡିଲ 

   ହୃଦ ହୁଏ ବିଦାରୀ ।


ଚାହିଁ ରହିଥିଲି ତୁମକୁ 

    ତୁ ଫେରିବା ପଥେ 

ପ୍ରତୀକ୍ଷା ଇଙ୍ଗିତ କରିଲ 

    କିଛି ଅଛି ଗୁପତେ ।


ବସନ୍ତ ମଳୟ ଆଣୁଛି 

    ନେଶି ଦେଉଛି ଦେହେ 

ଭ୍ରମର ଚୁମୁଛି ଫୁଲକୁ 

     ମୃଦୁ ହସଟି ଦିଏ ।


ବିଭାବରୀ ବଡ ଫୁଲେଇ 

     ଦିଏ ଅଳସ ଭରି 

ଅଚାନକେ ସାଥୀ ଆସନ୍ତ

    ଫିଟେ ମଥା କବରୀ ।


Rate this content
Log in