ତାକି ତରକି ରହ
ତାକି ତରକି ରହ
ତର୍କି କରି ରହିଥା ତୁଇଁ
ନାଇଁ ହେବୁ ମଲ୍ ମଲ୍
କବାର୍ ସର୍ଲେଁ ମନ୍ ଭର୍ଲେଁ
କିହେ ନି କହେ ଭଲ୍ ।
ସଜ୍ ଦେଖି ତୋର୍ ଗୋଡ୍ ଘିଚି ଦେବେ
ପଡି ଯିବୁ ଯାହିଁ ତାହିଁ
କାମ୍ ସରି ଗଲେଁ ଗୁଡେଁ ଆଡି ଦେବେ
କିଏ ମାମୁଁ କିଏ ମାଇଁ ।
ଜୀବନ୍ ଡଂଗାଥିଁ ପାହାଟେ ଥାପିଛୁ
ଦୁହି ଭାଇ ଦୁଃଖ୍ ସୁଖ୍
କେଭେଁ ଖରା କେଭେଁ ଛାଏ ଆସିଯିବା
ବତ୍ରେଁ ବତ୍ରେଁ ଢ଼ୁକ୍ ।
ଅନ୍ ମୁନୁଷିଆ ଭରି ରହିଛନ୍
ନାଇଁ ରଖ୍ ଡର୍ ଭୟେ
ତାକି ତର୍କି ରହି ଥିବୁ ହେଲେଁ
ସବୁ କାମେ ହେବା ଜୟେ ।
କିଏ ବସି ଖାଏ ଖିରୀ ପୁରି ଭାତ୍
କିଏ ଖାଏ ବାସି ମୁଠେ
ଭାଏଗର୍ ବଲ୍ କର୍ମର୍ ଫଲ୍
ଯାହାକେ ଯେନ୍ତା ଜୁଟେ ।
କମାନିକେ ଦେଖି ଖର୍ଚା କର୍ବୁ
ନାଇଁ ଯିବୁ ତୁଇଁ ଉପ୍ଲି
ନାଇଁ ତାକି ଥିଲେଁ ବାକି ନାଇଁ ରହେ
ସଟୋ କଲା ଯିବୁ ଗୁପ୍ଲି ।
ନିଶା ପାଏନ୍ ଠାନୁ ଧୁରିଆ ରହେବୁ
ମାଆଁ ବୁଆ କଥା ମାନ୍
ଜୀବନ୍ ଭିତ୍ରେଁ ଯାହା ଭି ପାଇଛୁ
ସବୁଟା ତାକର୍ ଦାନ୍ ।
ପେଟ୍କେ ମୁଠେ ଦିହି ଲାଗି ଖଁଡେ
କମେଇ କୁଠେଇ ଜୁଟା
ହିଂସା ଅହଂକାର୍ ସବୁକେ ଛାଡିଦେ
ନାଇଁ କର୍ ମନ ମୁଟା ।
ଶୁଭେଁ ସୁଖେଁ ତୋର୍ ଦିନ୍ କଟିଯିବା
ମାହାପ୍ରୁକେ କର୍ ଲୟେ
ସତ୍କେ ଆବ୍ରି ରହି ପାରିଥିଲେଁ
ନାଇଁ ରହେ ଡର୍ ଭୟେ ।
ମୁନ୍ଷ୍ଟେ ଲେଖେଁ ଜୀବନ୍ ଜୀଉଁଥା
ଲାଗୁଥିବା ଗହ ଗହ
ଅନ୍ ମୁନୁଷିଆ ଚଲନ୍ ଯେତେନୁ
ତାକି ତର୍କି ତୁଇଁ ରହ ।