STORYMIRROR

ASHUTOSH THAKUR

Inspirational

3  

ASHUTOSH THAKUR

Inspirational

ଭାଏ

ଭାଏ

1 min
58


ଭାଏ ଭାଏ ମିଶି ଗୁଟେଠାନେ ଥିଲେ

ସବୁ କାଁମ୍ କବାର୍ ଛନେ

କୁନୁଆଁ ପୁନୁଆଁ ଘରକେ ଆଏଲେ

ଦେଖି ଗହଁକି ହେସଁନ୍ ମନେ 

ଛି ଛି ଦୁର୍ ଦୁର୍ ଯିଏ କଲେବି

ଭାଏ ହେସି ସୁଖେ ଦୁଖଃ ଠିଆ

ସବୁ କବାରେ ବଫୁ ମିଲସି

ନାଇଁ ହାରି ଦେବୁ ହିଆ ।(୧)

ଭାଏ ମଏତର୍ କେତେ ଆଦର୍

ଭାବେ ଲାଗସି ଗହ ଗହ

ଭାଏର୍ ଲାଡ଼ ଗେଲ୍ କେଡ଼େ ସୁନର୍

ବାସୁଥିସି ସତେ ମହ ମହ

ଆଘେ ପଛେ ଭାଏର ତୁଇ ଚାଲୁଥିଲେ

ସବୁ କାମେ ହେବା ତର୍ ଜଏ

ଭାଏର ସେନେହ ଆଶିରବାଦ୍ ବଲେ

ନାଇଁ ଲାଗେ ଡର୍ ଭଏ

ନାଇଁ ଲାଗେ ଡର୍ ଭଏ ।(୨)

ଭାଏ କେ ଭାଏ ବଲି ମାନି ଚଲୁଥିବୁ

କେଭେ ନେଇଁ କରବୁ ପର୍

ଭାଏ ବହେନ୍ ବନ୍ଧନ ଫୁଲ୍ ଚନ୍ଦନ୍

ମହତ୍ ରଖବା ତୋର୍

ଭାଏ ହେଇକରି କରବୁ ତୁଇ

ଯେନ୍ ଟା ଆଏ ଭାଏର୍ ଧରମ୍

ଭାଏର୍ ଭାବ୍ ଆଏ ଜଗତ୍ ଜିତା

କରୁଥିବୁ ବନେ କରମ୍

କରୁଥିବୁ ବନେ କରମ୍ ।(୩)

ଭାଏ ଭାଏ ଠାନୁ ବଡ଼ ନାଇଁନ

ଇ କଲିଯୁଗେ ଆର କେହି

କିରିଆ ଖାଏମା ଆସ ସଭେ

ମାଁ ମାଁଏଟ୍ କେ ଛୁଇଁ

ଭାଏ ଅକ୍ଷର ର ମହତ୍ ରଖମା 

ବଢାମା ଘରର ସିରି

ହୁର୍ଦେ ରଖି ରାମ୍ ନାଁମ୍ 

ଇ ଭବ ସାଗର ଥୁ ହେଁମା 

ପାରି, ହେଁମା ପାରି ।(୪)

ଭାଏ ଥିଲେ ଭଲା ଖେତ ଥିଲେ ଖଲା

ବଲି ଅଛେ ଜେନ୍ କଥା ପଦେ

ଇ କଥାଟା ସତ , ରହିଛେ ଯୁଗେ ଯୁଗେ

ରାମ୍ ଲଛମନ୍ ଲବ କୁଶର୍ ଭାଏର୍ ଭକ୍ତି

ସାରା ସଂସାରେ ହେଉ ଵିଛେଇ 

ସମଲେଇ ମାଁ ଛତରେ ରଖିଥନ୍ 

 ତତେ ପନତ୍ ଜାନୀ ଉଢେଇ

ସବୁ ସୁଖ୍ ମିଲୁ ଟୁପା ଭାରେ ଭାଏ

ଦୁଖଃ ଯାଉ ତର୍ ଉଭେଇ 

ଦୁଖଃ ଯାଉ ତର୍ ଉଭେଇ ।(୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ASHUTOSH THAKUR

Similar oriya poem from Inspirational