STORYMIRROR

ASHUTOSH THAKUR

Inspirational

4  

ASHUTOSH THAKUR

Inspirational

ସୁରତା

ସୁରତା

1 min
392


କେଲେଣ୍ଡର୍ ଫରଦ୍ ଲେହେଁଟି ଗଲା

    ସର୍‌ଲା ଗୁଟେ ବରଷ୍ 

ନୁଆଁ ବରଷ୍ ସଁଗେ ନୁଆଁ ସକାଲ୍

    ମୁହେଁ ଫୁଟ୍‌ଲା ହରଷ୍ ।


ଜାନୁଆରୀ ପାଲି ପହିଲ୍ ନମ୍ବର

    ଶୁଭ୍ ଖବର୍ ଆନବା

ତାର ପଛା ପୁଛି ବାକି ମାସ ଯେତେ

   ନିଏଁର ବାଟ ଦେଖାବା ।


ହିଂସା ଅହଂକାର ମନୁ କେରେଇ

   ଭାବର୍ ବନ୍ଧନେ ଜୁରି

ନିଜର୍ କାଁମ୍ କବାରେ ଭିଡିହେଇ

   ଚାଲୁଥିମା ହୁରି ହୁରି ।


ଇଂରାଜୀ ବଛର୍ କେ ନିଉତା ଦଉଛେଁ

    ଫୁଲ୍ ଚନ୍ଦନ ମଖେଇ

ସତ୍ କେ ଆବରି ମିଛ କେ ପାସରି

    ଉନ୍ନତି ବାଟ ଆବରି ।



 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ASHUTOSH THAKUR

Similar oriya poem from Inspirational