STORYMIRROR

ASHUTOSH THAKUR

Abstract Inspirational

4  

ASHUTOSH THAKUR

Abstract Inspirational

ଶୀତ

ଶୀତ

1 min
405


ଶୀତ ର୍ ଲହର ଅଂଠି ପହର୍

  ଦେହେଁ ମୁଁଡ୍ ଥର୍ ଥର୍

କଁନ୍ କଁନି ଜାଡ୍ ଖରା ଥିନ ଠାଡ୍

  ତେଲ୍ ମଖା କେ ବତର୍ ।


ଚାହା ହଲ୍ ହଲା, ଖାଏଦ୍ ତତଲା

  ଟୁଣ୍ କେ ସୁରୁତ୍ ଲାଗେ

ଉଁମେଇ ର୍ ତରେ ବୁଢା ବୁଢ଼ୀ ମନ୍

 ମେଲା ଦେହେଁ ଶୀତ୍ ଜାକେଁ ।


ପହଁ ପହଁ ଗାଧୁଆ ଲାଗସି ଡ଼ର୍

   ବେଲ୍ ଉଦଲେ ନିସଦ୍

ଚଏଁଣ,ଗାଲ,ମୁହୁଁ,ହାତ୍,ଗୋଡ୍ ଫଟା 

   ଟାମଡିଲେ ଖର୍ ଖସ୍ ।


ଶୀତ ର୍ ବି ଅଛେ ମହତ୍ ଗୁନ୍ ହୋ

   କଂଚା ତୁନ୍ ସାଗ୍ ମହୁ

ଚଷା ପିଲାର୍ ମୁହେଁ ହଁସି ଫୁଟାସି

    କମାନି ର୍ ଧାର ବୁହୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ASHUTOSH THAKUR

Similar oriya poem from Abstract