STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ବଡଦିନ ଉପହାର

ବଡଦିନ ଉପହାର

1 min
389


ମନ୍ଦାର ଫୁଲକୁ ଉପହାର ଦେଲେ

    ଠାକୁରାଣୀ ହେବେ ଖୁସି,

ପ୍ରେମିକାକୁ କିନ୍ତୁ ଗୋଲାପ ଦିଅ ହେ

    ନହେଲେ ଯିବ ସେ ରୁଷି।


ଦୁଧ ପିଇବାକୁ ମଦୁଆକୁ‌ କେବେ

    କରିବନି ଭାଇ ବାଧ୍ୟ,

ବରଂବୋତଲଟି ଉପହାର ଦିଅ

    ନିଶ୍ଚେ ଭାରି ଖୁସି ହେଵ ।


ଧରମ ଭାଇର ଯେତେ ଉପହାର 

    ଘରଣୀକୁ ଲାଗେ ଭଲ,,

ମୁଁ..ଯେବେ ଦିଏ ସିନ୍ଦୂର ଫରୁଆ

    ନଥାଏ କିନ୍ତୁ ଆଦର।


ଉପହାର ଗୋଟେ ଛୋଟ ଶବ୍ଦ ନୁହେଁ

    ବିଶାଳ ତା' କଳେବର,

ଏଠି କିନ୍ତୁ ପ୍ରେମ କରେ ଯିଏ ପାଏ

    ପ୍ରତାରଣା ଉପହାର।


ଉପହାର ମିଳେ ଆଜି ଜରାଶ୍ରମ

    ଏ ବୃଦ୍ଧ ପିତା ମାତାଙ୍କୁ,

ପ୍ରେମିକା ଚାହିଁଞ୍ଚି ଉପହାର ନେବ

    ପ୍ରେମିକର‌ ମନଟିକୁ।


ଉପହାର ପତ୍ର ବଣ୍ଟା ହେଉଥିଲା

    ଆମ ବାହାଘର ବେଳେ,

ଏବେ କିନ୍ତୁ ଭଲ ଗିଫ୍ଟ୍ ମିଳୁଛି

    ବର୍ଫି‌ ଭୋଜି‌ ସିଷ୍ଟମରେ।


ଦୁଃଖୀ ପାଏ ଆଜି ନିନ୍ଦା ଉପହାର

    ଧନୀ ପାଏ ଦାମୀ ଚିଜ,

ନେତା ପାଏ ରାଜଗାଦି ଉପହାର

    ଜନତାଙ୍କ ପାଇଁ ଗୋଜ।


ମାଆ ପାଇଁ ବଡ଼ ଉପହାର ଶିଶୁ

    କ‌ଅଁଳ ଓଠର ହସ, 

ବାପା ପାଇଁ ବଡ଼ ଉପହାର ଯେବେ

    ସେ ଶିଶୁ ହୁଏ ମଣିଷ।


ନାରୀ ଜୀବନର ଶ୍ରେଷ୍ଠ ସାର୍ଥକତା 

    ମାତୃତ୍ଵର ଉପହାର ,

ସୁନାମ ଅର୍ଜ୍ଜନ ପୁରୁଷାର୍ଥ ଅଟେ

    ଉପହାର ପୁରୁଷର ।


ଫୁଲ ତୋଡା ମାନପତ୍ର ଅଙ୍ଗ ବସ୍ତ୍ର

    କବି ପାଇଁ ବଡ଼ ନୁହେଁ,

ପାଠକୀୟ ଶ୍ରଦ୍ଧା ମାତ୍ର କରତାଳି

   ଶ୍ରେଷ୍ଠ ଉପହାରଟିଏ।


ଶ୍ରେଷ୍ଠ ଉପହାର ଅଟେ ଗୁରୁଙ୍କର

    ଶିଷ୍ୟ ଯେବେ ନାଁ କରେ,

ଭକତର ଶ୍ରେଷ୍ଠ ଉପହାର ସିଏ

    ଯେବେ ଜଗା ଦେଖା ମିଳେ।


ଅନ୍ୟକୁ ଯଦିବା‌ ଉପହାର ଦେବ

    ମିଠା କଥା ପଦେ କୁହ,

ଭଲ ପାଇବାର ଉପହାର ପାଖେ

    ସବୁ ତୁଚ୍ଛ ଜାଣିଥାଅ‌।


ଆଜି ବଡ଼ ଦିନ ଦେଲି ମୋର ମନ

    ଆପଣଙ୍କୁ ଉପହାର,

ପ୍ରଭୁ ଯୀଶୁଖ୍ରୀଷ୍ଟ କରନ୍ତୁ ଆଶିଷ

    ହସୁ ଏ ସାରା ସଂସାର।


ନବବର୍ଷ ପୁଣି ଆସୁଛି ଆଗକୁ

    ମାସ୍କ‌ ଉପହାର ନେଇ,

କରୋନାର ନୂଆ ଭାରିୟଣ୍ଟ ପ୍ରତି

    ସତର୍କ ରହିବ ଭାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy