STORYMIRROR

Saphala Das

Children Stories Comedy

4  

Saphala Das

Children Stories Comedy

ବଣଭୋଜି

ବଣଭୋଜି

1 min
323

ପୁଷି ମାଉସୀ ମୁଖିଆ ସାଜି 

  ବାହାରିଲା ବଣ ଭୋଜିକୁ

ସାଙ୍ଗ ହୋଇଲା ନେଉଳ ଭାଇ

  ମାଂସ କିଣି ଯିବ ହାଟକୁ ।।


ବଗୁଲି ନାନୀ ଥଣ୍ଟକୁ ଯାକି 

 ମାଂସକଟାକୁ ଜଗେ 

ବିଲୁଆ ନନା ପାଣି ବୋହିଲା 

  ଭୋକେ ଖାଇବ ଆଗେ ।।


ବାଘ ମାମୁଁଟି ବଣର ରାଜା 

 ମାଙ୍କଡ଼ ବସି ଗଛେ 

ମୁରୁକି ହସେ କାଙ୍କଡ ଖାଇ 

  ଶିକାରୀ ଅଛି ପଛେ।।


ହାତୀ ଭାଙ୍ଗିଲା ଜାଳେଣି କାଠ 

 ମୂଷା ଆଣିଲା ଧାନ 

ଗୁଣ୍ଡୁଚି କୁଟି ଚାଉଳ ଦେଲା 

  ବଣ ଭୋଜି ରେ ମନ ।।


ଏତିକି ବେଳେ କାହୁଁ ଆସିଲା 

  କଳା ହାଣ୍ଡିଆ ମେଘ 

ରାଗରେ ଛେଳି ଅରମେ କହେ 

  ବାଘଠୁ ବଡ ଫାଗ।।


ପଳାଇଗଲେ ନିଜ ବାଟରେ 

  ଛେଳିର ରାବ ଶୁଣି 

ବଣ ଭୋଜିଟି କରିବା ନାହିଁ 

  ଛେଳିକି କେବେ ହାଣି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍