STORYMIRROR

Nrusingha Narayan Tripathy

Comedy Inspirational

4  

Nrusingha Narayan Tripathy

Comedy Inspirational

ତେଲିଆ ମୁଣ୍ଡରେ ତେଲ

ତେଲିଆ ମୁଣ୍ଡରେ ତେଲ

1 min
362


ତେଲ ଆଜିକାଲି ଅସଲି ନକଲି

ଦାମ ତାର ଡାକ ଛାଡ଼ୁଛି 

ଅଧିକ ଦାମର ନକଲି ମାଲଟି

ଅସଲି କୁ ନାତ ମାରୁଛି ll


               ଭୋକ ବିକଳରେ ଚାଟୁଛି ତାଟିଆ

                       ତେଲିଆ ମୁରୁକି ହସେ

               ଗରିବ ପାଉନି  ମଙ୍ଗଳ ଯୋଜନା

                     ଧନୀ ପକଟରେ ପଶେ ll


ଅଶୀ ବରଷରେ  ଭତ୍ତା ପାଞ୍ଚଶହ

ଖଟିଲେ ମଜୁରୀ ପାଏ ତିନିଶ

ସାହେବ ବାବୁର ବଢିଛି ମହଙ୍ଗା

ଏକ ଲକ୍ଷ ପାଏ ମୋଡିକି ନିଶ ll


                 ଦରିଦ୍ର ପାଉନି  ଗରିବ ଆବାସ

                       ଫୁଟପଥ ପରେ ଶୁଏ 

               କୁଜିନେତା ହିରୋ ପାଏ ବାରମ୍ବାର

                      ଟଙ୍କାକୁ ଧରିକି ଗିଳେ ll


ବ୍ୟାଙ୍କ ଦେଉଅଛି ଅନେକଯେ ଋଣ

ଶିଳ୍ପପତି, କଣ୍ଟ୍ରାକ୍ଟର ଯେ ମାଲାମାଲ

ବେକାରୀ ମାଗୁଛି ବେପାର ପାଇଁକି

କରଜ ନ ପାଇ ହୁଏ ସେ କଲବଲ ll


               ବାକି ରଖି ପାଏ  ଟଙ୍କାଯେ ରିହାତି

                      ମୁକ୍ତରେ ପାଏ ସମ୍ମାନ 

              ଧନ୍ୟ କୋଟିପତି କଥା ଜଳେ ବତୀ

                       ନିନ୍ଦିତ ହୁଏ ନିର୍ଦ୍ଧନ ll


ଟଙ୍କା ଦେଇଦେଲେ ସବୁକିଛି ମିଳେ 

ଚାକିରୀ ବାଣିଜ୍ୟ ସେବା ହାତ ପାହାନ୍ତାରେ

ଗରିବ ଛାତ୍ରଟି ପଢି ପଢି ପାଠ

ଦାଦନ ହୋଇକି ଖଟେ ଦେଶ ବିଦେଶରେ ll

               

               ଅନୁକମ୍ପା ବିନା ଗରିବ ଶ୍ରମିକ

                   ପାଏନି ସେବା ରୋଗରେ

              ନେତା ମନ୍ତ୍ରୀ ଯନ୍ତ୍ରୀ ଆମ ପଇସାରେ

                     ଅୟସ ବିହାର କରେ ll


      ଯିଏ ଖାଉଛନ୍ତି ସର ଛେନା ଝିଲ୍ଲୀ

         ତା ପାଇଁ ରହିଛି କ୍ଷୀରି

      ଯିଏ ପାଉନାହିଁ ଶାଗ ଭାତ ମୁଢି

         ଦେଖେନା କେହିତା ଶିରୀ ll


ଆମ ଦେଶ ତନ୍ତ୍ର  ଅଟେ ଗଣତନ୍ତ୍ର

ସମାନ ସୁବିଧା ସଭିଙ୍କ ପାଇଁ

କାଗଜର ଲେଖା ଶୁଣିବା ସୁନ୍ଦର

ହତାଦର ପ୍ରଜା ହୋଇବା ପାଇଁ ll


              ସରଂକ୍ଷଣ ବଳେ ଅଯୋଗ୍ୟ ପାଉଛି

                    ଚାକିରୀ ପରେ ଚାକିରୀ

               ଯୋଗ୍ୟତା ଥାଇକି ପ୍ରତିଭା କାନ୍ଦୁଛି

                       ପ୍ରତିଦିନ ମରି ମରି ll


ନେତା ଯନ୍ତ୍ରୀ ମନ୍ତ୍ରୀ ସମ୍ପତ୍ତିର ଗତି

ଅସମ ବେଗରେ ବଢେ ଦିନରାତି

ଗରିବ ବଢୁଛି ଅଭାବୀ ମାଗୁଛି 

ଚାଉଳ ପାଇଁକି କାକୁତି ଵିନତୀ ll


                 କୁକୁରର ଖାଦ୍ୟ ସାଅନ୍ତ ବାବୁର

                      ଗରୀବର ସାତସ୍ବପ୍ନ

                ବାବୁ ପାଉଛନ୍ତି ସୁବିଧା ସୁଯୋଗ

                      ଗରୀବର ନାହିଁ ମନ ll


ଛଅ ହଜାରରେ ଖଟେ ମାସେ ମାସେ

ଆନ୍ଦୋଳନ କରେ ବଢିବା ପାଇଁ

ବାବୁଙ୍କର ଭତ୍ତା ବଢେ ଛାଏଁ ଛାଏଁ

ବସିକରି ପାଏ ହିସାବ ନାହିଁ ll

  

    ଆରେ ସରକାର ସ୍ୱାର୍ଥ ତ୍ୟାଗ କର

        ଅସଙ୍ଗତି ଦିଅ ହଟାଇ

    ଦେଶର ଅର୍ଥରେ  ସଭିଙ୍କର ହାତ

        ଭେଦ ଭାବ ଦିଅ ମିଟାଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy