Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Comedy

4  

Niranjan Mishra

Comedy

ତେଲିଆ ମୁଣ୍ଡରେ ତେଲ

ତେଲିଆ ମୁଣ୍ଡରେ ତେଲ

1 min
339


ତେଲିଆ ମୁଣ୍ଡରେ ତେଲ ଢଳା ହୁଏ

ଯହିଁ ଦେଖ ତୁମେ ତହିଁ

ନୁଖୁରା ମୁଣ୍ଡକୁ କିଏ ପଚାରିବା

କେଉଁଠି ଦିଶୁନି କାହିଁ  ।


କି ଚକ ଚକିଆ ତେଲିଆ ମୁଣ୍ଡଟା

ଢାଳ ନେଇ ତହିଁ ତେଲ 

ବେଳ କାଳ ଉଣ୍ଡି ତେଲ ଢାଳୁଥିଲେ

ତେଲିଆ କରିବ ଗେଲ  ।


ଗଲେ ଯାଉ ତୁମ ମାନ ବା ମହତ

ଖାତର କେବେ ନକର 

ଯିଏ ଯାହା କହୁ ତା କଥା ନଶୁଣ

ତୁମ କଥା ତୁମେ କର ।


କହୁଛି ତୁମକୁ ତେଲିଆ ମୁଣ୍ଡରେ

ତେଲ ଢାଳ ବାର ବାର 

ରହୁ କି ନରହୁ ମୁଣ୍ଡରେ ସେ ତେଲ

ବହୁଥାଉ ଧାର ଧାର ।


ତୁମକୁ ସେଥିରୁ ମିଳିବନି କିଛି

ତୁମ କାମ ତୁମେ କର 

ତେଲ ଢାଳି ଢାଳି ତେଲିଆ ମୁଣ୍ଡକୁ

କର ତୁମେ ଜର ଜର ।


ତେଲିଆ ମୁଣ୍ଡରେ ତେଲ ଢାଳ

ହାତ ଚିକ୍କଣ ହେଉ ନହେଉ 

ତେଲ ଢାଳିଥିଲ ତେଲିଆ ମୁଣ୍ଡେ ସେ

କା ଆଗେ କହୁ ନକହୁ ।


ସମୟକୁ ଚାହିଁ ବସିଥାଅ ତୁମେ

ଆସିଲେ ଭଲ ସମୟ 

ତୁମ ମନସ୍କାମ ପୂରଣ କରିବ

ତେଲିଆ ନାହିଁ ସନ୍ଦେହ ।


Rate this content
Log in

Similar oriya poem from Comedy