STORYMIRROR

Santosh Kumar Nayak

Abstract Comedy Others

4  

Santosh Kumar Nayak

Abstract Comedy Others

ମ୍ୟାଡମ୍ ଙ୍କ କବିତା

ମ୍ୟାଡମ୍ ଙ୍କ କବିତା

1 min
236


ମ୍ୟାଡମ୍

ସତ କହୁଛି ମୁଁ ହଜିଯାଇଅଛି

ତୁମ କବିତାର ଛନ୍ଦରେ,

କବି ସିନା ବୁଝେ କବୟିତ୍ରୀ ଭାବ

ଅକବି ତ ଖାଲି ନିନ୍ଦେରେ;

ମ୍ୟାଡମ୍

ସତ କହୁଛି ମୁଁ ହଜିଯାଇଅଛି

ତୁମ କବିତାର ଛନ୍ଦରେ ।।

ତୁମ କବିତାରେ ଗାଆଁର ମହକ

ମାଆର ମମତା ଭରା,

ପଦେ ପଦେ ତୁମ ଝରିପଡୁଅଛି

ପ୍ରେମର ଅମୃତ ଧାରା,

ବେଳେ ବେଳେ ପୁଣି ଆନମନା ହୁଏ

ସତେଜ ମାଟିର ଗନ୍ଧରେ;

ମ୍ୟାଡମ୍

ସତ କହୁଛି ମୁଁ ହଜିଯାଇଅଛି

ତୁମ କବିତାର ଛନ୍ଦରେ ।।

କବିତାରେ ତୁମେ ଗଢିଦିଅ କେବେ

ମରତେ ନନ୍ଦନ ବନ,

କିଣିନିଅ କେବେ ମଧୁର ବଚନେ

ଅବୁଝା ପ୍ରେମିକ ମନ,

ବିରହ କାହାଣୀ ପଢି ପଢି କେବେ

ଭିତରେ ଭିତରେ କାନ୍ଦେରେ;

ମ୍ୟାଡମ୍

ସତ କହୁଛି ମୁଁ ହଜିଯାଇଅଛି

ତୁମ କବିତାର ଛନ୍ଦରେ ।।

କବିତାଟି ତୁମ ଫୁଲ ପରି ଆହା

ମୋତେ ଦେଖି ସଦା ହସେ,

କୁସୁମ ମାଧୁରୀ ଚାଖିବାକୁ ମନ

କବିତା ଯାଦୁରେ ଫସେ,

ନିରତେ ନିର୍ଭୟେ ମନ ମୋର ଗାଏ

ତୁମ କବିତାର ବନ୍ଦେ ରେ ;

ମ୍ୟାଡମ୍

ସତ କହୁଛି ମୁଁ ହଜିଯାଇଅଛି

ତୁମ କବିତାର ଛନ୍ଦରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract