STORYMIRROR

Puspanjali Panda

Comedy Classics

4  

Puspanjali Panda

Comedy Classics

ସମ୍ବର

ସମ୍ବର

1 min
289

(କୁଣ୍ଡାପିଠା)


ତିନି ଝୁଅ ପରେ ପୁଅଟେ ଆସିଛି

ମିଳିଛି ଅନେକ ଖୁସୀ...!

କୁଣ୍ଡାପିଠା ବାଢି ସମ୍ବରରେ ମାଆ

ପାଏ ସୂର୍ଯ୍ୟଙ୍କ କରୁଣା ରାଶି।

ଧନମୋର ସଦା ନିରୋଗ ରହିବ

ତାର ଧର୍ମରେ ବିଶ୍ୱାସ ବେଶି ...!!


(ଦାଣ୍ଡଧୁଳି ପୋକା ବରକୋଳି)


କେତେ ସରାଗର ମିଳିତ ପତର

ଯେବେ ଜେଜେ ମା ଦାଣ୍ଡରେ ବାଢେ

କଅଁଳ ମନରେ ଧିରେଧିରେ କରି ଅବିଶ୍ୱାସ ସଵୁ ବଢେ

ଏମିତି ଅଖାଦ୍ୟ ପାଇ

ଠାକୁର କି ଆଶୀଷ ଅଜାଡ଼ଇ...!!


(ସମ୍ବର ଆଉ ନ ପତର)


ସୂର୍ଯ୍ୟଙ୍କୁ ଉତ୍ସର୍ଗ ହୁଏ

ନ ପତରରେ ନବଗ୍ରହ ଲାଗି

ପ୍ରସାଦ ବି ବଢା ହୁଏ

କୁନା ମନେମନେ ହୁଏ ଖୋଜି

ନ ଗ୍ରହ ଠାରୁ ଗୋଟିଏ କମିଛି

ମାଆଙ୍କୁ କହିବି ଆଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy