STORYMIRROR

Kalandi pal

Comedy Inspirational

4  

Kalandi pal

Comedy Inspirational

ତୃତୀୟ ନୟନ

ତୃତୀୟ ନୟନ

1 min
241


ପିମ୍ପୁଡ଼ି ଦେହରେ   ପରଟି ଲାଗିଲେ

    ବୋଲାଏ ସେ ଝଡିପୋକ

କେଇଟା ମୁହୂର୍ତ୍ତ    ଜୀବନ ଗଣିତ

    କଷି ଭାଉ ମାରେ ଦେଖ ।।


ଗାତରୁ ବାହାରେ  ଜୀବନଟି ହାରେ

     ହୋଇଲେ ଝଡି ବରଷା

କେତେ ଜୀବଙ୍କର  ପେଟର ଆହାର

   ହୋଇ ଭୋଗେ ନାନା ଦଶା ।।


ବୁଝେନି କାଳର  ପ୍ରଭାବେ ତାହାର

    ଅହଂ ପଣ ଭାରି ପଡେ

ଗାତରୁ ବାହାରି   ସତେ ତିନି ପୁରି

    ଜିଣିବାକୁ ଆଶା ଲୋଡ଼େ ।।


ଛିଡି ଯାଏ ଡେଣା ହୋଇଯାଏ ବଣା

    ଅଣ୍ଡାଳି ଅଣ୍ଡାଳି ଚାଲେ

ଝିଟିପିଟି ବେଙ୍ଗ  ଦେଖି ତାର ଢଙ୍ଗ

    ଆନନ୍ଦେ ଆହାର କରେ ।।


ଜୀବନଟି ପକ୍କା  ପାଣିର ଫୋଟକା

     ଜାଣୁଛି ମଣିଷ ଜାତି

ଝଡ଼ିପୋକ ପରି    ପଡିଯାଏ ବଳି

    ଆବୋରିଣ ସ୍ବାର୍ଥ ନୀତି।।


କାଳର କବଳେ  ସଦା ବଳି ପଡେ

     କାଳକୁ ମଣଇ ହେୟ

ବୁଝିକି ବୁଝୁନି    ତା କର୍ମ ଛାଡୁନି

     ସ୍ୱାର୍ଥେ ରଖି ସଦା ଲୟ ।।


ଅନଳେ ପତଙ୍ଗ    ହୁଅଇ ଦହନ

   ଖାଦ୍ୟ ଭାବି ଯେବେ ଆସେ

ବୁଝି ସେ ପାରେନି ଅଟଇ ଅଜ୍ଞାନୀ

   କ୍ଷଣକେ ଜୀବନ ନାଶେ ।।


ଜୀବନ ଅଛି ତ   ମୃତ୍ୟୁ ସୁନିଶ୍ଚିତ

    କିଏ ବା କରିବ ଆନ

ଆସିଛି ଲଙ୍ଗଳା ଯିବ ସେ ଫୁଙ୍ଗୁଳା

   କାହିଁ ଲୋଭେ ସଞ୍ଚେ ଧନ ।।


ଲୋଭ ମୋହ ସ୍ବାର୍ଥ ସଦା ବିପରୀତ

    ନିର୍ବାଣ ଜୀବନ ପଥେ

ଯିଏ ତ୍ୟାଗ କରେ  ନିର୍ବାଣ ପଥରେ

    ପଥାଚାରୀ ଅବିରତେ ।।


ପତଙ୍ଗ ସମାନ   ନ ଝାସ ଜୀବନ

     ଦିବ୍ୟ ଜନମଟି ପାଇ

ତୃତୀୟ ନୟନ   ଦିଏ ଦିବ୍ୟଜ୍ଞାନ

    ଦେଖ ଚକ୍ଷୁ ଖୋଲି ଦେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy