STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସାବିତ୍ରୀଙ୍କୁ ପ୍ରଶ୍ନ

ସାବିତ୍ରୀଙ୍କୁ ପ୍ରଶ୍ନ

1 min
246


ସହଜିଆ ପ୍ରଶ୍ନ କଳିଯୁଗ ସାବିତ୍ରୀଙ୍କୁ

ସାବିତ୍ରୀବ୍ରତପରୀକ୍ଷାଉତ୍ତୀର୍ଣ୍ଣ ହେବାକୁ 

ଦାରୁପିଆ‌ ସତ୍ୟବାନ ଯଦିପାଇଅଛ,

କିପରି ତାହାଙ୍କୁ ଆଜି ପୂଜିବଭାବିଛ?

ଶାଢ଼ୀଚୁଡ଼ିପାଇଁ ଖର୍ଚ୍ଚଦେଇତ ନଥିବ,

ସେହିପ‌ଇସାରେ ବରଂମଦ ପିଇଥିବ।

ତୁମେଯଦିବାପାଭାଇଙ୍କର‌ ପ‌ଇସାରେ

ଗେରସ୍ତ ପୂଜିବା‌ପାଇଁଆଣିଛ ଶ୍ରଦ୍ଧାରେ

ସକାଳୁଗାଧୋଇ ସ୍ଵାମୀବାଟଚାହିଁଅଛ

ଉପାସଭୋକରେ‌ ଦ‌ଅଁଗଞ୍ଜହେଉଅଛ

ଦିନଦିପହରେଯଦି ଢଳିଢଳିଆସେ,

ଅଶ୍ରବ୍ଯ ଗାଳିଗୁଲଜଯଦିସିଏ ଭାଷେ।

ତୁମେକି ତା'ହାତଧରି

       ଭିତରକୁ ନେବ,

ନା,ପାଦ ଧୋଇଦେଇ ପୂଜା

       ଅର୍ଚ୍ଚନା କରିବ?

ଯଦି ମନକୁ ବୁଝେଇ

        ତା'ପୂଜା କରିବ,

ସେ ଯଦି ତୁମକୁ ନାନା

        ଭର୍ତ୍ସନା କରିବ।

ଏସମୟେ କିଉପାୟ 

        କରିବ ହେ କୁହ,

 ଭାବି ଚିନ୍ତି ହେ ସାବିତ୍ରୀ

        ଉତ୍ତରଟି ଦିଅ।


ନିମ୍ନରେ ଉତ୍ତର ଦେଖ

        ଲେଖା ହୋଇଅଛି,

ସେ ଉପାୟ ଶୀଘ୍ର କର

        ପାଶ୍ ହେବ ଯଦି।

ଧୂପଦୀପ ବଦଳରେ

         ଝାଡ଼ୁ ଟିଏ ଧର,

ଡେରି ନକରି ଲଗାଅ

         ନିର୍ଧୂମ‌ ପାହାର।

ବେଲଣାକାଠିର ସେକା

        ନ‌ଇବେଦ୍ଯ‌ ଦିଅ,

ନିଶା ଛାଡ଼ିବା ପର୍ଯ୍ୟନ୍ତ

        କର ଏ ଉପାୟ।

ଏ ଓଷଦ‌ ଦିଅ ନାନୀ  

        ନିଶା ଛାଡ଼ି ଯିବ,

ନହେଲେ ଗରମ ପାଣି

       ମୁହେଁ ତା' ଛାଟିବ।

ସାବିତ୍ରୀ ବ୍ରତରୁ ଏହା

       ସାତଦିନ ଯାଏ,

ଏବିଧି କଲେ ସୁଫଳ

        ମିଳିବ ନିଶ୍ଚୟେ।

ଯମଠାରୁ ତା' ଆୟୂଷ

       ଛଡେଇ ପାରିବ,

ନହେଲେ ବିଧବା ଭତ୍ତା  

        ଶୀଘ୍ର ହେ ପାଇବ।

ଶୁଣ ହେ ସାବିତ୍ରୀ ଯା'ଆଜି‌ ଘଟୁଛି

    ସଂକ୍ଷେପରେ କହୁଅଛି,

ସାବିତ୍ରୀ ବ୍ରତର ଭାବ ବଦଳିଛି

    ଫେସନ‌ ହୋଇଯାଇଛି।

ଶାଢ଼ୀ ଚୂଡି ଭଲ ଦାମୀ ଫଳମୂଳ

    ଡିମାଣ୍ଡ ବଢ଼ିଯାଇଛି,

ଦେଶବାଈ ଯୋଗିଆଟି‌ ବାଈ ପୁଣି

    ଦେଖା ସେକା ନିତି ଚାଲିଛି।

ବଞ୍ଚି ଥାଉଥାଉ ଗେରସ୍ତକୁ ମାରି

    ସାବିତ୍ରୀ କରି କି ଲାଭ,

ସ୍ଵାମୀ ନିର୍ଯାତନା କରୁଛି ସାବିତ୍ରୀ

    ପର ପୁରୁଷରେ ଭାବ।

ସ୍ଵାମୀସ୍ତ୍ରୀ ସମ୍ପର୍କ ଏ ସାବିତ୍ରୀ ବ୍ରତ

    ଆଧ୍ୟାତ୍ମିକ ଅନୁଭୂତି,

ସଧବା ନାରୀଙ୍କ ସିନ୍ଦୂର ସମ୍ମାନ

    ପବିତ୍ର ଆମ ସଂସ୍କୃତି।

ସ୍ଵାମୀଙ୍କ ଜୀବନ ସୁରକ୍ଷା ନିମନ୍ତେ

    ଧର୍ମ ଦେବତାଙ୍କ ପୂଜା,

ନିଜ ପରାକାଷ୍ଠା ସତୀତ୍ଵ ନୈବେଦ୍ୟ

   ଏ ବ୍ରତ ପାଇଁ କି ଖୋଜା‌।

ସ୍ଵାମୀଙ୍କ ନାମରେ ନାହିଁ ଯହିଁ ରାଣ 

   ଶାନ୍ତି ଶୃଙ୍ଖଳାର କାମ୍ୟ,

ବଡ଼କଥା ହେଲା ସଂସାର ମଙ୍ଗଳ

   ପୁତ୍ର କନ୍ୟା ସ୍ନେହ ପ୍ରେମ।

ଭଲପାଇବା‌ ଓ ଭାବଭକ୍ତି‌ ଯଦି

    ପ୍ରଭୁଙ୍କ ପାଖରେ ଥିବ,

ବିନା ବ୍ରତ ବିନା ପ‌ଇସାରେ ନିଶ୍ଚେ

     ବ୍ରତର ଫଳ ମିଳିବ‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy