STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଯାଇଥିଲି ଦିନେ ଯମପୁରକୁ

ଯାଇଥିଲି ଦିନେ ଯମପୁରକୁ

2 mins
141

ଯାଇଥିଲି ଦିନେ ଯମପୁର ଭାଇ

  ରକେଟ ଯାନରେ ମୁହିଁ 

ମଙ୍ଗଳ ଗ୍ରହରେ ଛାଡିଦେଲା ମୋତେ

  ଯମପୁର ଗଲା ନାହିଁ।


କଷ୍ଟେ ମଷ୍ଟେ‌ ସେଠୁ ଚାଲିଚାଲି ଯାଇ

  ଯମପୁରେ ପହଞ୍ଚିଲି 

ଯମଦୂତ ଦେଖି ଠିଆ ଠିଆ ମୁହିଁ

  ଏକ କରି ପକେଇଲି।


ଯମଦୂତଙ୍କର ରଡିଟାଏ‌ ଶୁଣି

  ଚେତା ମୁଁ ହରେଇଦେଲି 

ସଞ୍ଜିବନୀ ପୁର ଯେଣୁ ଯମଦ୍ଵାର

  ପୁଉଣି ଉଠି ବସିଲି।


ମର୍ତ୍ତ୍ୟପୁର ଲୋକ ଯେଣୁ ମୁଁ ଯମକୁ‌

  କିଳାପୋତି‌ କିଛି ଦେଇ 

ଆୟୂଷ ମୋହର ବଢେଇ ଦେବାକୁ

  ଯାଇଥିଲି ପରା ଧାଇଁ।


ଟଙ୍କା ନେଇଥିଲି ପଚାଶ ହଜାର

  ଚିତରଗୁପ୍ତଙ୍କୁ‌ ଦେବି 

ତାଙ୍କ କମ୍ପ୍ୟୁଟର ଫାଇଲି‌ ଦେଖିକି

  ଆୟୁଷ ମୋ ବଢ଼େଇବି‌।


ଏତେ ସପନକୁ‌ ରାତି ମୋର କାହିଁ

  ଯମପୁର ଦୃଶ୍ୟ ଦେଖି 

ଟୋଟାଲ‌ ଶରୀର ଭୟେ ଥରହର‌

  ଖନି‌ ମାରିଗଲା ପାଟି।


ଖଣ୍ଡା ତରୁଓ୍ଵାଲ‌ ଭୁଜାଲୀ ଓ ଶୂଳୀ‌

  ପାଚିଲା ତେଲ କଢେଇ‌ 

ଯମଦଣ୍ଡ ପାଇଁ ମାରଣାସ୍ତ୍ର କେତେ

  ସେଠାରେ ଦେଖିଲି ମୁହିଁ।


ଚୁଟି ମୋର ଧରି ଟେକିଦେଲା ଦୂତ

  ଶହେ ହାତ ଉପରକୁ 

କିରେ ତୁ ଅଦ୍ଭୁତ ବରମୁଣ୍ଡା ପିନ୍ଧା

  ଆସିଛୁ ଯମପୁରକୁ।


ଆୟୁଷ ତୋହର ପୁରି ନାହିଁ ପୁଣି

  ନିଜେ ନିଜେ ଆସିଅଛୁ 

ଯମପୁରେ ମୃତ୍ୟୁ ଦଣ୍ଡ ଦିଆଯାଏ

  ଏକଥା କି ନ ଜାଣିଛୁ?


ଏହା କହି ମୋତେ ଛାଡିଦେଲା ସିଏ

  ପଡି ଦରମରା‌ ହେଲି 

କଷ୍ଟେ ମଷ୍ଟେ‌ ପୁଣି ଉଠି ମୁଁ ବସି ତା'

  ଗୋଡ଼ ତଳେ ପଡ଼ିଗଲି।


ଦୁଇହାତ ଯୋଡ଼ି ପୁଣି ମୁଁ କହିଲି

  ଦୟାକର ମୋତେ ଭାଇ 

ଆୟୁଷ ବଢେଇ ଦେବ ଯଦି ଦଶ

  ହଜାର ଦେବି ବଢେଇ।


ରାଗିଗଲେ ଯମଦୂତ ଏହାଶୁଣି

  କାଖେ ଜାକି ମୋତେ ନେଲେ 

ସ୍ଵୟଂ ଯମରାଜା ସମ୍ମୁଖରେ ନେଇ

  ଉଠେଇ କଚାଡ଼ି ଦେଲେ।


ଚିତରଗୁପ୍ତଙ୍କୁ ଡାକି ଯମରାଜା

  ପାଞ୍ଜି ଦେଖିଦେଲେ ମୋର 

ଦୁଷ୍କର୍ମ ଦୁର୍ନୀତି ବ୍ୟଭିଚାର ପାଇଁ

  ଅଛି କାଳେ ମୋ ରେକର୍ଡ।


ମର୍ତ୍ତ୍ୟମଣ୍ଡଳରେ ଦୁର୍ନୀତି କରି ତୁ

  ଯମପୁରେ‌ ଆସିଅଛୁ 

ଏଡେ‌ ମହାମୂର୍ଖ ସ୍ଵୟଂ ଯମଙ୍କୁ ତୁ

  କିଳାପୋତି ଯାଚୁଅଛୁ!


ମର୍ତ୍ତ୍ୟମଣ୍ଡଳରେ ଟଙ୍କା ତୁମ ବଡ଼

  ଯମପୁରେ‌ ଧର୍ମ ବଡ଼ 

ଅସତ୍ୟ ଅନ୍ୟାୟ ତୁମ ମର୍ତ୍ତ୍ଯପୁରେ

  ଏଠାରେ ସତ୍ୟ ପ୍ରଚାର।


ଆମେ ଯଦି ଟଙ୍କା ଲାଞ୍ଚ ନେଇଥାନ୍ତୁ 

  ଧନୀ ଜମ୍ମା‌ ମରନ୍ତାନି‌ 

କି ମର୍ତ୍ତ୍ୟମଣ୍ଡଳେ ଲୋକ ରହିବାକୁ

  ଜାଗା ଟିକେ‌ ମିଳନ୍ତାନି‌।


ଆୟୁଷ ମୋହର ସରି ନାହିଁ ଯେଣୁ

  ଛାଡ଼ିବା ବିଚାର କଲେ 

ବୁଲା କୁକୁରଟି କରିଦେଇ ମୋତେ

  ମର୍ତ୍ତ୍ୟପୁରେ‌ ଛାଡିଦେଲେ।


ୟା'ତା' ଘରେ ହାଣ୍ଡି ମୁଁ ମାଇଲି

  ଖାଏ ନିର୍ଧୁମ‌ ପାହାର 

ଅଇଁଠା ପତର ଚାଟୁଥିଲା ବେଳେ

  ଜାତିଭାଇ ଅତ୍ୟାଚାର।


ଭୋକ ବିକଳରେ ଆମ ଗାଁ ଛକ

  ଦୋକାନୁଁ ବରା‌ ଝାମ୍ପିଲି 

ଗରମ ତେଲକୁ ଦୋକାନୀ ଛାଟିଲା‌

  ତେଣୁ ଛାଲି ହୋଇଗଲି।


ସେଦିନୁଁ ମୋ ଦେହେ ରୁମ ଉଠୁନାହିଁ

  ଘା'ଗୁଡା ହୋଇଗଲା 

ନା କୋଉକୁତିମୋତେଭଲକିପାଇଲା

  ନା କିଏ କିବା ଦୟା କଲା?


ଆଜି ମୁଁ ଭାବୁଛି ମଣିଷ ଜନମ

  ପୁଣି ଫେରି ପାଆନ୍ତି କି 

ଛଲା କୁକୁରର ଜୀବନକୁ ନେଇ

  କାହିଁ ଫଳ ଭୋଗୁଥାନ୍ତି?


ଭାବୁଛି କୁକୁର ହୋଇ ମଣିଷର

  ସେବା ମୁହିଁ କରିବାକୁ 

ବିଶ୍ଵାସ କରିବା କି ଭଲ ପାଇବା

  ବୁଝାଇ ଦିଅନ୍ତି ତାକୁ।


ପାଟି ମୋର ଯଦି ଖୋଲୁ ତ ଥାଆନ୍ତା

  କହନ୍ତି ମୋ ମନ କଥା 

ମଣିଷରୁ କାହିଁ କୁକୁର ମୁଁ ହେଲି

  ହେଉଛି ଏତେ ହୀନସ୍ତା?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy