STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଗୋରୀ କନିଆଁ

ଗୋରୀ କନିଆଁ

2 mins
212

  ଭାଇ .........   

 ବାରଜାଗା ବୁଲି ପସନ୍ଦ ମୁଁ କଲି

  ସୁନ୍ଦରୀ ଗୋରୀ କନିଆଁ 

ସୁନ୍ଦରୀ ବୋଲିକି ମିଳିଲାନି ମୋତେ

  ଯାନ‌ ଯ‌ଉତୁକ ଯାହା।


ତଥାପି ମୁଁ ଖୁସି ସୁନ୍ଦରୀ ଯୁବତୀ

  ଯେଣୁ ହୋଇଗଲି ବାହା 

ମୋତେ କିନ୍ତୁ ସିଏ ପସନ୍ଦ ନକରି

  ଅନ୍ୟତ୍ର ମାଇଲା ଡିଆଁ।


ବାସର ରାତିର ରଜନୀଗନ୍ଧା ମୋ

  ମ‌ଉଳିଗଲା ଶେଜରେ 

ମୋନାଲିସା କାହିଁ ଛାଡି ଚାଲିଗଲୁ

  ଗୀତ ମୋ କଣ୍ଠରୁ ଝରେ।


ବୋତଲ ଧରୁଛି ସେଦିନୁଁ ଗାଉଛି

  ବିରହ ସଙ୍ଗୀତ ମୁହିଁ 

ଫୋଅନ୍ କରିଛି ହଜାରରୁ ବେଶୀ

  ହତାଶା ପ୍ରେମିକ ହୋଇ।


ର‌ଅଙ୍ଗ ନମ୍ବର କିଏ ଫୋନ୍ କର

  କହି କାଟେ ବାରମ୍ବାର 

ପୁଉଣି ବହୁତ ଚେଷ୍ଟା ପରେ ଦିନେ

  ଡାକିଲା ଘରକୁ ତାର।


ତେଣୁ ତା' ପାଖକୁ ଯିବାପାଇଁ ମନ

  ଉଚ୍ଛନ୍ନ ହେଲା ମୋହର 

ଫିଟ୍‌ଫାଟ୍ ହୋଇ ମୋ ପ୍ରିୟା ପାଖରେ

  ପହଞ୍ଚିଗଲି ସ‌ଅଳ ।


ଘର ଭିତରକୁ ଆଦରରେ ଡାକି

  ଝାଡୁରେ ପିଟି ଚାଲିଲା 

ସେତିକିରୁ ଦଶା ହେଲାନି ମୋ ଶେଷ

  ବର ତାର ଆସିଗଲା।


ନିର୍ଦ୍ଦୟ ଭାବରେ ମୋ ନାକ ଦଣ୍ଡାରେ

  ଚଢେଇ ଦେଲା ସେ ମୁଥ 

ସେହି ଦିନୁଁ ଆସି ହେଲି ମୁଁ ସନ୍ନ୍ୟାସୀ

  ତିଆରି କରିଛି ମଠ।


ପ୍ରେମ ପ୍ରବଚନ ଦେଉଅଛି ତେଣୁ

  ପୀରତି ବାବା ମୁଁ ହୋଇ 

ଅନେକ ସୁନ୍ଦରୀ ଶ୍ରଦ୍ଧାଳୁ ଆସନ୍ତି

  ଦୀକ୍ଷା ମୋଠୁଁ ନେବା ପାଇଁ।


ପ୍ରେମ ପାଦୁକା ମୋ ପାନ କରୁଛନ୍ତି

  ଯେଝା ଯେଝା ପସନ୍ଦରେ 

ବହୁ ଅପୁତ୍ରିକ ମାଆ ହୋଇଛନ୍ତି

  ମୋର ପୂଣ୍ୟ ବିଭୁତିରେ। 


ଏତେ କଲା ପରେ ମୋହରି ନାଆଁରେ

  ଏ ସମାଜ ନିନ୍ଦା ଗାଏ 

ଭଣ୍ଡ ବାବା ବୋଲି କେତେକ କୁହନ୍ତି

  ମୋ କାନ ବି ଶୁଣୁଥାଏ।


ସେ ସବୁ କଥାକୁ ଡର ମୋର ନାହିଁ

  ଆପଣଙ୍କ ସେବା ପାଇଁ 

ପ୍ରବଚନ ନିଶ୍ଚେ ଦେଇ ଚାଲୁଥିବି

  ଯେତେ ଦିନ ଅଛି ମୁହିଁ।


ହରି ଓଁ ମାନ୍ୟବର ମାନ୍ୟବର

  କଥା ମନେ ରଖ ମୋର 

ପ୍ରବଚନ ପଦେ ଦେଉଛି ଆନନ୍ଦେ

  ଆଜି ଗୋରୀ କନିଆଁର।


ଗୋରୀ ବୋଲି ଯେଉଁ କନିଆଁ ଆପଣ

  ଆଖିରେ ଦେଖୁଅଛନ୍ତି 

ସେ ଗୋରୀ ମଧ୍ୟରୁ ଅନେକ ସେଥିରେ

  କାଳୀ ମଧ୍ୟ ରହିଛନ୍ତି।


ଏଠି କଳା କାଉ ହୁଏ ରାଉରାଉ

  ଯଦି ଚାକିରୀ କରିଛି 

ବଗପକ୍ଷୀ ଭଳି କନିଆଁକୁ ଖାଲି

  ସିଏ ପସନ୍ଦ କରୁଛି।


ଗୋରୀ କନିଆଁକୁ ସଭିଙ୍କ ପସନ୍ଦ

  କାଳୀଙ୍କୁ କେ ବାହା ହେବ 

କାଳୀ କନିଆଁଙ୍କ ମନଟିଏ କ'ଣ

  କଳା ରଙ୍ଗ ହୋଇଥିବ ?


ଚମ ଗୋରା ଥାଇ ମନ ଯାର କଳା

  ସେ ଅଟେ ପ୍ରକୃତ କାଳୀ 

କାଳୀ ହୋଇ ଯଦି ଚରିତ୍ରଟି ସଫା

  ସେ ହିଁ ପ୍ରକୃତ ଗୋରୀ।


ତେଣୁ ଭାଇ ମାନେ ଶୁଣିଥାଅ କର୍ଣ୍ଣେ

  କାଳୀ ଗୋରୀ ବାଛ ନାହିଁ 

ଆଖି ବୁଜି ଦେଲେ ଉଭୟେ ସମାନ

 ଏ କଥା କଥା ଶାସ୍ତ୍ର କହ‌ଇ।

 ହରି ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy