STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଏ ତ ବୟସର ଦୋଷ

ଏ ତ ବୟସର ଦୋଷ

2 mins
136


କରାମତି ଯଦି ଥାଆନ୍ତା ମୋ ପାଖେ

   ଅବଶ୍ୟ ମୁଁ କରିଥାନ୍ତି,

ବୟସକୁ ମୋର ତିରିଶି ଭିତରେ

   ସୀମିତ ମୁଁ ରଖିଥାନ୍ତି।


ଦେଇ ମୁଁ ନ ଥାନ୍ତି ଆଗକୁ ଯିବାକୁ

   ଏହି ଦୁଷ୍ଟ ବୟସକୁ,

ରାଣ ପକାଇ ମୁଁ ବାଧ୍ୟ ବି କରନ୍ତି

   ପଛକୁ ଫେରିଯିବାକୁ,

ଯେଉଁଥିପାଇଁ କି ମ‌ଉକା ମିଳନ୍ତା

   କରିବାକୁ ଟିକେ ଫୂର୍ତ୍ତି‌,

କରାମତି ଯଦି ଥାଆନ୍ତା ମୋ ପାଖେ

   ଅବଶ୍ୟ ମୁଁ କରିଥାନ୍ତି।


ଅମାନିଆ ଯେଉଁ ବୟସ ଘୋଡାଟି

   ସେ କି କା'କଥା ମାନେ,

କେତେବେଳେଆସିଗ୍ରାସକଲାମୋତେ

   ଭାବି ପାରିଲିନି ସ୍ଵପ୍ନେ,

ନିଶଦାଢି ମୋର ଧଳା ହେଲା ପୁଣି

   ଗାଲ ବି ତ ପଶିଗଲା,

ଚୁଳ କଲର ଓ ଦାଢ଼ି ଚାଞ୍ଛିବାକୁ

   ସବୁଦିନେ ବାଧ୍ୟ କଲା।

କେତେ ଆଉ ମୁହିଁ ସେଲୁନୁକୁ ଯିବି

   ପ‌ଇସା ଗଣିବି ନିତି।

କରାମତି ଯଦି ଥାଆନ୍ତା ।


ଲୁଚିଛପି କରି ପ୍ରେମ କଲେ ସିନା

   ତାକୁ ଭାଇ ଲୁଚେଇବ,

ଲୁଚିବନି କେବେ ବୟସର ଛାପ‌

   ଦେହେ ଯଦି ଲାଗିଥିବ।

ଯେ ମୋତେ ଦେଖୁଛି ମ‌ଉସା ଡାକୁଛି

   ଜମା ଭଲ ଲାଗୁନାହିଁ,

ମନେ ଭାବେ କିଛି ଔଷଧ ଅଛିକି

   ପୁଣି ଟୋକା ହେବା ପାଇଁ,  

ପୁଉଣି‌ ମୋ ଦେହେ ଫଗୁଣ ବାଜନ୍ତା

    ପ୍ରୀତି ସ୍ଵାଦ ଚାଖୁଥାନ୍ତି

କରାମତି ଯଦି ଥାଆନ୍ତା ।


ଛକ ବଜାରରେ ଯେ ମ‌ଉସା ଡାକେ

  ସବୁ ସିନା ଚଳିଯାଏ,(ହେଲେ)ଏ

ସ୍ତ୍ରୀଲୋକେ ଯେବେ ଡାକନ୍ତି ମ‌ଉସା

  ମୋ,ଦେହ କାହିଁ ଜଳିଯାଏ।

ଜାଣି ହୁଏ ନାହିଁ ଏ ସ୍ତ୍ରୀ ଲୋକଙ୍କୁ

   କଳିଯୁଗ ନାରୀ ଏହି,

ବୁଲୁନ୍ତି ନାଇଟି ଚୁଡିଦାର ପିନ୍ଧି

   ଶାଢ଼ୀ ପିନ୍ଧିଆସେ‌ ନାହିଁ।

କେବେ ଭାଇ ତାଙ୍କୁ ଆଣ୍ଟି ଡାକିବନି‌

   ଚିପିଦେବେ‌ ତୁମ ତଣ୍ଟି..

କରାମତି ଯଦି ଥାଆନ୍ତା ।


ଚୁଡିଦାର ପିନ୍ଧି ଆସୁଥାଏ ଦିନେ

   ଷାଠିଏ ବର୍ଷିଆ‌ ବୁଢି,

ମୋତେ ଦେଖି ସିଏ ମ‌ଉସା ଡାକିଲା

 (କିନ୍ତୁ)ମୋ ରାଗ ଗଲା ଚଢି।

  (ଭଦ୍ରାମିରେ‌ କହିଲି)ଆଚ୍ଛା,

କେଉଁଆଡୁ ମୋର କ'ଣ ଦେଖିଲ

   ଡାକିଲ ମୋତେ ମ‌ଉସା,

ଡାଲା ବାଜିଲାଣି ଏ ବୟସେ ପୁଣି

 ତୁମର ଷୋଡ଼ଶୀ ହେବାକୁ ଇଛା?

ଏତିକି କହିଛି ଯିବି ମୁଁ କୁଆଡ଼େ

   ଚପଲରେ ସେକିଦେଲା,

ଭାବୁଥିଲି ହିରୋ ହେଇଗଲି ଜିରୋ

   ଗାଲ ମୋର ଫୁଲିଗଲା,

(ଇଏ କୋଉ ମୋ ପାଇଁ ନୂଆ କଥା?

ମାଡ଼ ଖାଇବା ମୋ ପୁରୁଣା ଅଭ୍ୟାସ

  ପୂର୍ବରୁ, ଶିଝିଛି‌ କେତେ ମୋ ପିଠି।

କରାମତି ଯଦି ଥାଆନ୍ତା ।


    ଆଜ୍ଞା,

ଦେହ ସିନା ଏଠି ବୁଢ଼ା ହୋଇଯାଏ

    ମନ ବୁଢ଼ା ହୁଏ ନାହିଁ,

ଚିର ସବୁଜିମା କବି ମନ ଭାଇ

    ସତେ ଚିରସ୍ରୋତା ନ‌ଈ,  

ଜନମ ଆଗରୁ ମରଣଟି ସତ

    ଏ କଥା କିଏ ନ ଜାଣେ,

ସମସ୍ତେ ମରନ୍ତି ଜଣେ ବଞ୍ଚିଥାଏ

    କବି ଏକା ସବୁଦିନେ।

ସାହିତ୍ୟ ତା'ପ୍ରାଣ ସାହିତ୍ୟ ତା'ଧନ

   ସାହିତ୍ୟରେ ତାର ପ୍ରୀତି,

କିନ୍ତୁ ଏ ମୁରୂଖ ଅପର୍ତ୍ତି କହୁଛି

   କବି ତା' ଜୀବନ ସାଥୀ,

କବି ତା' ଜୀବନସାଥି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy