STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଶଶୁର ଘରେ ପଖାଳ ଖିଆ

ଶଶୁର ଘରେ ପଖାଳ ଖିଆ

2 mins
186


କାର୍‌ରେ ନୁହେଁ ପାଲିଙ୍କିରେ ମୁହିଁ

ବର‌ ହୋଇ ଯାଇଥିଲି,

ବରଣୀ‌ ସରିଲା ବାହାଘର ହେଲା ମନ ଦୁଃଖେ ବସିଥିଲି।


ଭାବିଲି ପଖାଳ ଖାଇବା ବେଳେ ମୁଁ ସ୍କୁଟର ଅଳି‌ କରିବି,ସରମ ଲାଗୁଛି କେ କ'ଣ ଭାବିବ‌ କେମିତି ଖୋଲି କହିବି।

ପଣା ପିଇଥିଲି ପେଟ ମୋର ଖାଲି ଭୋକେ ଡହଳ ବିକଳ, ଶଶୁର ଘରେ ତ ନିଆରା ଆନନ୍ଦ ଜ୍ବାଇଁ ଖାଏ ଯେ ପଖାଳ।


ଭୋକ ଦାଉ ଆଉ ସହି ପାରିଲିନି କହିଲି ବାଢ ପଖାଳ ,ଶାଶୁ ମୋ କହନ୍ତି ଜ୍ବାଇଁ ପୁଅକୁ ଯେ ହେଲାଣି ଭୋକ ପ୍ରବଳ।


ଆସିଲା ପଖାଳ କଂସାଏ‌ ମାତର‌

ତା' ସଙ୍ଗେ ଯେ ନାନା‌ ଭଜା, ସ୍କୁଟର ମାଗିବି କେବେ ନ ଖାଇବି ବାହାରୁ ଅସଲ ମଜା।


ରୁଷିଲି ଭଲକି ସ୍କୁଟର ପାଇଁ କି

ବସିଲି ମୁଁ ମାନ ମାରି,ଜଣେ ପରେ ଜଣେ ଟାଣୁଥାନ୍ତି ମୋତେ ମୋ ଓଠରେ ହାତ ମାରି।


ତ୍ରିପଣ୍ଡ କାଳି ସେ ଗୋଟିଏ ମୋ ଶାଳୀ ମୋର ମାନ‌ଭଙ୍ଗ କଲା,

ସ୍କୁଟର ମିଳିବ ଶଶୁରଙ୍କଠାରୁ ଜବାବଟି ମିଳିଗଲା।


ଶଶୁର ଘରେ ମୋ ଓଡ଼ିଆ ପଖାଳ ବଢିଆ ମୋତେ ଲାଗିଲା, ତା'ପରେ ସ୍କୁଟର କଥା କହୁ କହୁ ବଡ଼ ଶଳା ଆସିଗଲା।


ମଦ ପିଇଥିଲା ଧମକ ସେ ଦେଲା ସ୍କୁଟର ମିଳିବ ନାହିଁ, ନଚେତ୍ ମହିଳା କୋର୍ଟ ଦେଖେଇବି ବହେ ବି ନାଦିବି ମୁହିଁ।


ବାପ ପୁଅ ଆମେ ଡରିମରି ସେଠୁ କନିଆଁ ଧରି ଆସିଲୁ ,ଏଡେ‌ ଟାଉଟର‌ ମୋ ଶଳା ଶଶୁର 

ସେହି କଥା ଭାବୁଥିଲୁ।

 

ଘଣ୍ଟା ସାଇକେଲ ସହିତ ରେଡ଼ିଓ

ଯ‌ଉତୁକ ଦେଇଥିଲେ,

ସେକେଣ୍ଡ୍ ହ୍ଯାଣ୍ଡ୍‌ର ଜିନିଷକୁ ଦେଇ କାମ ସେ ଉଠେଇ ଦେଲେ।


ଦେଇଥିଲେ ପୁଣି କଳାଧଳା ଟିଭି

   ପୋର୍ଟେବୁଲ ସାଇଜିର,

ବାଟ ଖରଚ‌କୁ ଟଙ୍କା ଦେଥିଲେ

   ମାତର‌ ଦଶ ହଜାର।


ବାଜା ବଜେଇକି ବାଣଫୁଟେଇକି

   ସବୁଟଙ୍କା‌ ଖର୍ଚ୍ଚ କଲି,

ଜମି ଦି'ଗୁଣ୍ଠ ମୋ ବିକ୍ରି କରିପୁଣି

   ଚତୁର୍ଥୀ ଭୋଜୀ‌ ସାରିଲି‌।


ପୁରୁଣା ଦଦରା ଖଟରଙ୍ଗ ବୋଳି

   ଅଷ୍ଟମଙ୍ଗୁଳାରେ ଦେଲେ,

ଦି'ହାଣ୍ଡି ପୁଣି ମିଠେଇ କରଞ୍ଜି

   ଭାରରେ‌ ପଠେଇ ଥିଲେ।


ମହରଗୁ ଯାଇ କାନ୍ତାର୍‌ରେ ପଡିଲି କିଛି ଲାଭ ହେଲାନାହିଁ,

ଦି'ଗ୍ରାମ ସୁନା ମୁଦି ଟିଏ ପୁଣି ଭାଗ୍ଯେ ପାଇଥିଲି ମୁହିଁ।


କଂସାକୋରୁ ଶସ୍ତା ପାତଭଳି ସରୁ କାଟିକୁଟିଆରେ ଦେଲେ,

ଏଡିକି ଶାଙ୍କଟ ସବୁଦେଲେ ବୋଲି ଫୁଟାଣୀ ଗାଇ ବୁଲିଲେ।


ଯାହାସବୁ ଦେଲେ ଚାକିରୀ କରିକି‌ ଅଭାବୀ ମଣିଷ ଭଳି,

କନିଆ ବୋଲି ମୁଁ ପାଇଲି ଯାହାକୁ ସେଟା ବଡ଼ କଳିହୁଳି।


କଥା କଥାରେ ସେ ଇଜ୍ଜତ ମୋ ନିଏ‌ ଚିତ୍କାର ବି କରୁଥାଏ,

ବିଚ୍‌ ବଜାରେ ମୋ ଇଜ୍ଜତଟିକୁ

ଦାଣ୍ଡରେ ସିଏ ପକାଏ।


ମହିଳା କୋର୍ଟର ଭୟେ ସିନା ମୁହିଁ ସବୁ ସହିନେଇ ଯାଏ,ବିହି ଖଞ୍ଜି ଛନ୍ତି ମୋ ଭାଗ୍ଯେ ଏହାକୁ  

ମନ ମୋ ବୁଝେଇ ଦିଏ।


ଯ‌ଉତୁକ ଦେବା ନେବା ଅପରାଧ ସମସ୍ତେ ଜାଣନ୍ତି ଭାଇ,ନଦେବା ବାଲାଟି ବଡ଼ ଦାତା ବୋଲି ସବୁଠି କହି ବୁଲ‌ଇ।

ହାତ ଯୋଡ଼ି କହେ ଏ ମୂର୍ଖ ଅପର୍ତ୍ତି ଯ‌ଉତୁକ ମାଗନାହିଁ,କି ମୋ ଭଳି ହୀନସ୍ତା ହୁଅନାହିଁ ପୁଣି ଇଜ୍ଜତ ହରାଅ‌ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy