STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ହଁ, ମୁଁ ସେହି ରାବଣ କହୁଛି

ହଁ, ମୁଁ ସେହି ରାବଣ କହୁଛି

2 mins
187


ହେ ରାମ,

 ମୁଁ ସେହି ରାବଣ କହୁଛି,

ମୋ ଆତ୍ମା ଆଜିଯାଏଁ ବଞ୍ଚିଛି,

ତୁମ ବ୍ରହ୍ମ ଅସ୍ତ୍ର ମୋ ସ୍ଥୂଳ ଦେହକୁ ସିନା ଯମପୁର ପେଶିଛି,

( ହେଲେ) ମୋ ସୂକ୍ଷ୍ମ ଶରୀର‌

ସାରା ଜଗତରେ‌ ଘୂରି ଅଟ୍ଟହାସ କରୁଛି, ହଁ ମୁଁ ସେହି ରାବଣ କହୁଛି।


ମୁଁ ରାଜନୀତି ପରା କରୁଛି,

ରାମ ରାଜ୍ୟର ସ୍ବପ୍ନ ଦେଖାଉଛି,

ରକ୍ଷକ ହୋଇ ମୁଁ ଭକ୍ଷକ ସାଜୁଛି

ଦେଶଟାକୁ‌ ଖୋଳ କରୁଛି।

ଦୁର୍ନୀତି ଦୁଷ୍କର୍ମ ବ୍ୟଭିଚାର କରି

ଆତଙ୍କ ଖେଳାଇ ଦେଉଛି।

ହଁ ମୁଁ ସେହି ରାବଣ କହୁଛି।


ମୋର ଅନେକ ଦାୟାଦ ଅଛନ୍ତି,

ମୋର ନୀତିକୁ ପାଳନ କରନ୍ତି,

ତ୍ରେତୟାଯୁଗରୁ‌ କଳିଯୁଗଯାଏ

ହାତ ମୋର ଲମ୍ବି ଯାଇଛି,

ଏଟିଏମ୍ ତାଡ଼େ ସୀତା ହରିପାରେ କିଡିନୀ‌ ବି ଚୋରୀ

କରୁଛି। ହଁ ସେହି ରାବଣ ମୁଁ କହୁଛି ।


ମୁଁ ଠିକାଦାରୀ କରି ପାରୁଛି,

ବିଡା ବିଡା ନୋଟ୍ ଦେଖୁଛି,

ଛୁରୀ ବନ୍ଧୁକ ବି ହାତେ ଧରି ଅକାଳରେ ଜୀବନ କେତେ ମୁଁ ନେଉଛି। ମୁଁ ଏବେ ସୀତା ଚୋରୀ କରୁଛି,ପୁଣି ଭଣ୍ଡବାବା ବେଶ ଧରୁଛି,ମାୟାରେ ଦୁନିଆଁ ପାଗଳ କରୁଛି କେତେ କୁରଟନା

ରଟୁଛି। ହଁ, ମୁଁ ସେହି ରାବଣ କହୁଛି।୪।

ମୁଁ ସମୟକୁ ବାନ୍ଧି ରଖିଛି, ସବୁଠିଁ ମୋ ଯାତ୍ରା ଲାଗିଛି,

ଲକ୍ଷେ‌ ଆନୁଗତ୍ୟ ମୋ ସେବା କରନ୍ତି ଏକାଙ୍ଗବର୍ତ୍ତୀ ମୁଁ ହୋଇଛି।ଏବେ ସ୍ଵର୍ଣ୍ଣ ଲଙ୍କା ମୋର ହସୁଛି,ମୋର ବଂଶୋଦ୍ଭବ ବଢ଼ିଯାଇଛି। ସୁରକ୍ଷା ବାହିନୀ ମୋ ସୁରକ୍ଷା ପାଇଁ ମୁତୟନ ମଧ୍ୟ କରିଛି।

ହଁ ମୁଁ ସେହି ରାବଣ କହୁଛି।


ରାମ,ପ୍ରଶ୍ନ ମୁଁ ତୁମକୁ କରୁଛି,

କ'ଣ ମୋ ଶାସନ ଏବେ ନାହିଁକି? ରାମରାଜ୍ୟ ସ୍ଵପ୍ନ ଯାହା ଦେଖିଥିଲ ଫଳବତୀ କ'ଣ ହୋଇଛି?

ରାମ ଭକ୍ତ କେଇଜଣ ଦେଖୁଛି,

ହାତଗଣାରେ ପରଖି ନେଇଛି। ଗାନ୍ଧୀ ମୋଦୀ କ'ଣ ଯେତେ ଚେଷ୍ଟା କଲେ ମୋତେ

କେ ହଟେଇ ପାରୁଛି !

ହଁ ମୁଁ ସେହି ରାବଣ କହୁଛି।


ଯୁଗେ ଯୁଗେ ମୋ ରାଜୁତି ଚାଲିଛି,

ଏଠି ସତକୁ‌ ମିଛଟା‌ ଗିଳୁଛି‌,

ଧର୍ମ କି ବିଚାର ଆଇନ କାନୁନ

ଟଙ୍କାରେ ତ‌ଉଲା‌ ହେଉଛି।

ତୁମ ଅବତାର କ'ଣ ପାଇଁ କି?

ଧର୍ମରକ୍ଷା ସେ କୁଆଡେ ଗଲା କି? ଯୁଗେ ଯୁଗେ ଯେତେ ମୁଣ୍ଡ ମୋ କାଟିବ ସେତେ ମୁଁ ଉଠିବି‌ ଜୀଇଁକି। ହଁ ମୁଁ ସେହି ରାବଣ କହୁଛି।


ତେଣୁ ତୁମେ ଚିନ୍ତା କର ଭଲକି,

ସତ୍ୟର ବିଜୟ ପାଇଁ କି,

ପ୍ରତି ମଣିଷର ହୃଦୟରୁ‌ ମୋତେ ତଡିପାରିବ ହେ ତୁମେ କି?

ମୁଁ ରାଜନୀତି ଶିକ୍ଷା ଦେଉଛି,

ତୁମେ ମର୍ଯ୍ୟାଦା ପୁରୁଷ ହୋଇକି‌, ଯେତେ ଆଧିପତ୍ୟ ଥିଲେ ବି ମୋହର ରାବଣକୁ କିଏ ପୂଜେକି? ହଁ ମୁଁ ସେହି ରାବଣ କହୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy