STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ସାହିତ୍ୟ ରସ

ସାହିତ୍ୟ ରସ

2 mins
203

 (ରମ୍ୟ ରଚନାଟିମନୋରଞ୍ଜନ ପାଇଁ 

ଦୟାକରି ଆଜ୍ଞା ଏହି ଅଧମକୁ ଖରାପ ବୁଝିବେ ନାହିଁ)


ଯାଇଥିଲି ଦିନେ ସାହିତ୍ୟ ସଭାକୁ

  ଅନେକ କବି ଦେଖିଲି 

ଛେନା ଚୋପା ଛଡା ଭାଷଣ ଶୁଣି ମୁଁ

  ନିଜକୁ ଧନ୍ୟ ମଣିଲି।


ମୁଖ୍ୟ ବକ୍ତାଙ୍କର ବକ୍ତବ୍ୟକୁ ଯେହ୍ନେ

  ପିଉଥିଲେ କବିମାନେ 

ମୁଁ ବି ସେଠାରେ ଏକଧ୍ୟାନେ ବସି

  ପୁରାଇଲି ମୋର କାନେ।


ମୂଷା ଖାଏ ଶସ୍ୟ ବାଘ ଖାଏ ମାଂସ

   ଗାଈ ଖାଇ ବଞ୍ଚେ ଘାସ 

ବକ୍ତା କହୁଥିଲେ କବି କିନ୍ତୁ ବଞ୍ଚେ

   ପିଇ ସାହିତ୍ୟର ରସ।


ଯେତେ ପ୍ରକାରର ଭୋଜନ ଖାଇଲେ

   କବି ପେଟ ପୁରେ ନାହିଁ 

ସାହିତ୍ୟ ରସକୁ ଯଦି ସେ ପିଇବ

   ଉଦର ତାର ପୁରଇ।


ମୁଁ କିନ୍ତୁ ଜାଣିଛି ଆଖୁରସ ଅଛି 

   ଫଳରସ ପୁଣି ଅଛି 

ହେଲେ ଏ ସାହିତ୍ୟ ରସ କେଉଁ ଭଳି

   ଏ ମୂର୍ଖ କିବା ଜାଣିଛି ?


ନାଲା‌ କି ନେଳିଆ ମିଠା କିମ୍ଵା ଖଟା

   ଜୀବନେ ଯେଣୁ ଦେଖିନି 

ସାହିତ୍ୟ ରସକୁ ଜାଣିବା ପାଇଁ ମୋ

   ମନ ଉଚ୍ଛନ୍ନ ହେଲାଣି।


ହଠାତ୍ ମୁଁ ଠିଆହେଲି ଏ କଥା ପଚାରିଦେଲି‌ ସେ ରସ କେଉଁଠି ମିଳେ ଦେଖିବାକୁ କେଉଁ ଭଳି?


ମୁଖ୍ୟବକ୍ତା ମୋତେ ବୁଝାଇ କହିଲେ

   ଏ ରସ ଅଟେ ଶାସ୍ଵତ 

ନାହିଁ ରୂପରେଖ ଅନୁଭବେ ଏତ

   ଅମୃତ ଠାରୁ ସ୍ଵାଦିଷ୍ଟ।


ସାହିତ୍ୟ ଯେଉଁଠି ଆଲୋଚନା ହୁଏ

   ଶୂନ୍ୟରୁ ଏ ରସ ଝରେ 

କବି ସାହିତ୍ୟିକ ଭାବରେ ପିଅନ୍ତି

   ଦୃଷ୍ଟିରେ କେବେ ନ ପଡ଼େ।


ଏକଥାକୁ ଶୁଣି ସେଠୁ ମୁଁ ଉଠିଲି ଘରେ ପହଞ୍ଚି ଭାବିଲି ପାଞ୍ଚଦିନ ପରେ ସେ କବିଙ୍କୁ ଡାକି ସାହିତ୍ୟ ସଭାଟି କଲି।କବିମାନେ ଯେଣୁ ଖାଦ୍ୟ ଖାଆନ୍ତିନି‌ ସାହିତ୍ୟ ରସ ପିଅନ୍ତି ସେ ରସ ବି ଫ୍ରି‌ ଶୂନ୍ୟରୁ ଗଳୁଛି ପ‌ଇସା କି ଖର୍ଚ୍ଚ ଅଛି?


ଚି‌ଆର ମାଇକି ଡେକୋରେସନରେ

  ମଞ୍ଚକୁ କଲି ସୁନ୍ଦର 

କବିମାନଙ୍କର କବିତା ସହିତ

  ଭାଷଣ ବି ଅନର୍ଗଳ।


ଦିନ ଦଶଟାରୁ ତିନିଟା ବାଜିଲା

  କେତେକ ଉଠିଗଲେଣି 

ଆଉ କେତେଜଣ କହନ୍ତି ମୋ ଆଗେ

  ଭୋକ ବହୁତ ହେଲାଣି।


ଥଣ୍ଡା କି ପୁଡ଼ିଆ ଅରୁଆ ଘାଣ୍ଟିଆ

  ବ୍ୟବସ୍ଥା କି କରିନାହଁ‌ 

ଖାଦ୍ୟ ଦେଖା ନାହିଁ ଆମମାନଙ୍କୁ ଯେ

  ଡାକୁଥିଲ‌ କାହିଁ କୁହ?


ମାନସମ୍ମାନଟି ଜଣା ନାହିଁ ଯଦି

  କାହିଁ ଏ ସଭା ଡାକିଲ 

କବିମାନଙ୍କୁ ହେ ଉପାସ ଭୋକରେ

  ହୀନସ୍ତା କାହିଁକି କଲ ??


 ଠିକ୍ ଦେଖିପାରୁଛୁ

ଏତେ ଖର୍ଚ୍ଚ କରି ଭୋଜନ ପାଇଁକି

  ଯେଣୁ କିଛି କଲ ନାହିଁ 

ସେଇଥିପାଇଁକି କେତେକ ଖସିଲେ

  ତୁମଠିଁ ବିରକ୍ତ ହୋଇ।


ତାଙ୍କ କଥା ଶୁଣି ମୁଁ କିନ୍ତୁ କହିଲି

  ତୁମେ ବୋଧେ କବି ନୁହଁ 

କବି ହୋଇଥିଲେ ସାହିତ୍ୟ ରସକୁ

  ପିଇନା‌ କିପରି କୁହ?


ତୁମେ ତ କହୁଛ କବି ସାହିତ୍ୟିକ

  ସାହିତ୍ୟ ରସ ପିଅନ୍ତି 

ତେଣୁ ଭଲ କରି ସାହିତ୍ୟ ସଭାର

  ଆୟୋଜନ କରିଅଛି।


ତୁମେ କହିଥିଲ ଅନ୍ୟ ଭୋଜନରେ

  କବି ପେଟ ପୁରେ ନାହିଁ 

ତେଣୁ ଟଙ୍କା ସାରି ଖାଦ୍ୟ ବ୍ୟବସ୍ଥାର

  ଆବଶ୍ୟକ କିଛି ନାହିଁ।


ଏଥିରେ କି ଦୋଷ କଲି କୁହ ବନ୍ଧୁ

  ଏଇୟା ତୁମ ଭାଷଣ 

କଥା ଗୋଟା ଆଡେ କାର୍ଯ୍ୟ ଅନ୍ୟ ଆଡେ

  ଏହି ଆପଣଙ୍କ ଗୁଣ !!!!!!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy