STORYMIRROR

Gyanaranjan Sahoo

Tragedy Others

4  

Gyanaranjan Sahoo

Tragedy Others

ଅଭାଗା ମଣିଷ

ଅଭାଗା ମଣିଷ

1 min
228


ମଣିଷର ଭାଗ୍ୟ କାହିଁ ଜିଇଁବ ଜଟାୟୁ ପରି

ଶତାୟୁକୁ ଭେଦକରି ଅପରିସୀମ ଲକ୍ଷ୍ୟରେ 

ପରିବର୍ତ୍ତନ ବିବର୍ତ୍ତନ ଦେଇ

ଆଧୁନିକତାର ଵିଭୂତିରେ ଗୁଳିଗୋଳାର ଖେଳରେ

କାଳେ କାଳେ ଶତ୍ରୁ ରୂପେ ହୁଏ ଉଭା

ଅହଙ୍କାର ଗ୍ରସ୍ତ ହୋଇ ବିବେକୁ କରି ଶୂନ୍ୟ

ମନୁଷ୍ୟତ୍ବକୁ ଦିଏ ମାରି

ଚାରିଦିନର ସିଂହାସନ ଆରୋହଣ ପାଇଁ ।


ବଣ ଜଙ୍ଗଲର ଆଦିମ ମଣିଷକୁ ଦେଖି

ଇତର ମନେ କରଇ ଆର୍ଯ୍ୟ ସଂସ୍କୃତିର ଦ୍ବାହି ଦେଇ

ତା’ ବାପ ଅଜା ପୂର୍ବପୁରୁଷ କି ଖସିଥିଲେ ଆକାଶରୁ

ଈର୍ଷା ଦ୍ବେଷ କାମ କ୍ରୋଧ ଲୋଭର ଗଣ୍ଠିଲିଟେ ହୋଇ

ଯାହା ଆଜି ଯାଏଁ ରକ୍ତେ ଚରି ଆସୁଅଛି

ସଭ୍ୟତା ପରେ ସଭ୍ୟତା ଚାଲିଲା ପରେ ବି 

ମଣିଷକୁ ଅନ୍ଧ କରି ସ୍ବାର୍ଥରେ ହୁଏ ଭରି

ସଂସ୍କୃତି ପରମ୍ପରା ବିବଶତାର ବନ୍ଧନରେ

ଦୁଇ ଧାରିଆ ଛୁରାର ଜ୍ଞାନକୁ ପରିପ୍ରକାଶ କରି ।


ଉଲଙ୍ଗ ସୃଷ୍ଟିର ପ୍ରତିନିଧି ତୁ

ଆବରଣ ଦେଇ ସଭ୍ୟ ଗଣା ହେଉ

ଅସ୍ପୃଶ୍ୟତା ପାଶବିକତା ଧର୍ମାନ୍ଧତା ଭ୍ରଷ୍ଟଚାରିତା 

ମିଥ୍ୟା ଅହମିକାକୁ ଅତି ଭଲ ପାଉ 

ସେଇଥିପାଇଁ ଆସିଥିଲେ ରାମ କୃଷ୍ଣ ଯୀଶୁ ମହମ୍ମଦ

ବୁଦ୍ଧ ମହାବୀରଙ୍କ ପରି ଅବତାର ନେଇ

ଧରାରେ ପ୍ରେମ ଦୟା ସେବା ତ୍ୟାଗ

ପରୋପକାର ମଣିଷ ଭିତରେ ଖଞ୍ଜି ଦେବା ପାଇଁ ।


ବିଡ଼ମ୍ବନାକୁ ଉତ୍ସାହର ମୂଳମନ୍ତ୍ର

କରୁଛି ଏ ମଣିଷ

ମହାପୁରୁଷଙ୍କ ବାଣୀ ସବୁ ରହିଯାଏ ମୁଖରେ

ପ୍ରଚାର ପ୍ରସାର ପାଇଁ ପ୍ରତିଯୋଗିତା ବିଶ୍ବରେ

କେତେଜଣ ଅବା ହୁଅନ୍ତି ପ୍ରକୃତରେ ଉଦ୍-ବୁଦ୍ଧ

ନ୍ୟସ୍ତସ୍ବାର୍ଥ ପାଇଁ ଅବାଟରେ ଭ୍ରମାଇ

ପରସ୍ପର ଗୋଷ୍ଠୀ ମଧ୍ୟେ ଭରିଦିଅନ୍ତି ବିଷ

ଅମୃତର ସନ୍ତାନ ସତ୍ତାକୁ ଅନୁଭବ

କରିପାରେନା କଳୁଷିତ ମଣିଷ ।


ବଦଳିଗଲାଣି ପରିଭାଷା

ସୁଗୁଣକୁ କାପୁରୁଷ ହୀନବୀର୍ଯ୍ୟର ଅସହାୟତା

ଦୁର୍ଗୁଣକୁ ସାମର୍ଥ୍ୟ ଓ ବିଜୟର ପରିପକ୍ବତା

ମାନିଚାଲିଛି ବିବଶ ସମାଜ

ବ୍ୟାଖ୍ୟା ସବୁ ପରିବର୍ତ୍ତିତ ହେଲାଣି ଗୋଷ୍ଠୀ କନ୍ଦଳରେ

ମାରିବାକୁ ମରିବାକୁ ଭାସିଯାଆନ୍ତି ଛଦ୍ମବେଶୀର ଯାଦୁରେ

କେତେ ଅଭାଗା ଏ ମଣିଷ

ଶିକ୍ଷା ଦୀକ୍ଷା ସତ୍ୟ ନ୍ୟାୟ ଧର୍ମରେ ମଣ୍ଡିତ

ପଣ୍ଡିତ କିଛି କଳ୍ମଷରେ ପଦ୍ମ ଫୁଟାଇ କରାନ୍ତି ବିମୋହିତ

ମେଣ୍ଢାପଲ୍ଲ ପରି ଦଳ ଦଳ ହୋଇ

ଦେଶ ଦଶ ବିଶ୍ବ ଦରବାର ହୁଅଇ ଭ୍ରମିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy