STORYMIRROR

Gyanaranjan Sahoo

Romance

3  

Gyanaranjan Sahoo

Romance

ପ୍ରେମରୋଗୀ

ପ୍ରେମରୋଗୀ

1 min
133

ଅଦ୍ଭୁତ ବିଧାନ ନ ହୁଏ ମୁଁ ଆନ

ତୁମ କଲା ପୁଣ୍ୟ ତୁମର

ତୁମ ପାପେ ଭାଗୀ

ମୋ ପାପ ମୋହର

ମୋ ପୁଣ୍ୟରେ କିନ୍ତୁ ଅଧା ତୁମେ ହକଦାର ।


ଅନ୍ଧାର ଆଲୁଅ ହିସାବ ଦେଖିନି

ପରିଚୟ ସୁନା ପୁଅ

ପାପ ପୁଣ୍ୟ ସବୁ ଯାହା ମୁଁ କରଇ

କେବଳ ପ୍ରୀତିର ପାଇଁ 

ଅନ୍ଧାର ବାଢ଼ିଲା ତୁମ ପରିଚିତି

ଛୁଉଁ ଛୁଉଁ ତୁମ କାନି

ସାକ୍ଷୀ ତୁମ ସ୍ମୃତି ଅନ୍ଧକାର ସାଥୀ

ଶଙ୍କା ଆଶଙ୍କାର କପଟ ମନରେ

ଉତ୍ତମ ବନ୍ଧୁତ୍ବ ରଖି

ଛଳନା ଦୀପର ତଳେ

ଖୋଲିଲେନି ମୁହଁ ଆଖି

ଉତ୍ତମ ମଣିଲେ ରହିବାକୁ ତୁନି 

ସାଥେ ଥିଲା ନିରିମାଖି ।


ଉଚ୍ଛନ୍ନ ଜହ୍ନଟା ଶୁଭ୍ର ଜୋଛନାରେ

ଅତି ଆନନ୍ଦରେ ମାଗିଥିଲା ପ୍ରୀତିଗୀତି

ବାସର ଶେଯର ଅଭିମାନ ଦେଖି

କଳଙ୍କ ଚୋରାଇ ନିଜ ଦେହେ ନେଲା ମାଖି ।


ସଂସାର ବନ୍ଧନ ଦୁଆର ବନ୍ଧରେ

ପ୍ରୀତିକୁ ଆଦରି ହୋଇଗଲା ମୂକସାକ୍ଷୀ

ଅର୍ଦ୍ଧଦଗ୍ଧ ବନେ ଅଶାନ୍ତ ନିଆଁ ସେ

ସାଥିରେ ବହଇ ତାତି

ନ ଜାଣଇ ଦିନ ରାତି ।


ଉତ୍ଥାନ ପତନେ ଜୀବନ ପାହାଚେ

କଳଙ୍କ ପୋଛୁଚି ବସି

ଅନ୍ଧାରି ସ୍ମୃତିର କବାଟ ବାଡ଼େଇ

ଜହ୍ନ ଆଲୁଅରେ କରିଗଲ କୂଟନୀତି ।


ପ୍ରେମ ଦରିଆର ଅମୃତ ଭାଣ୍ଡରେ

ବିଷ ରଖିଗଲ ସଞ୍ଚି

ମିଛ ଅନୁରାଗେ ମଳୟ କି ବହେ

ହଜିଲା ବସନ୍ତ ବନ୍ଧା ପଡ଼ିଅଛି

ଫଗୁଣର ଶାପେ ହଜାଇ ଦେଇ ତା କଞ୍ଚି ।


ପତ୍ରଝଡ଼ା ରଙ୍ଗେ ସୁବାସ କି ମିଳେ

ଅନ୍ତରେ ଗ୍ରୀଷମ ଝଡ଼

ନିଦାଘର ଭୁକ୍ତଭୋଗୀ

ଶାନ୍ତି ମୈତ୍ରୀ ପ୍ରୀତି ବିରାଜ ପାଇଁକି

ସାଜିଛି ମୁଁ ପ୍ରେମରୋଗୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance