ଅମୂଲ୍ୟ ପ୍ରେମ
ଅମୂଲ୍ୟ ପ୍ରେମ
ତୁମ ଓଠର ଉଦଣ୍ଡ ଯାତ୍ରାରେ
ହେବାପାଇଁ କଳାକାରଟିଏ
ମନାସିଥିଲି ଯେ ଦିନୁ
ଆଖିରେ ଆଖିର ଲାଜ ଇସାରାରେ
ନଚାଇଦେଲ ସେ ଦିନୁ ।
ଛନ୍ଦା ପୀରତିର ରୁନ୍ଧା ଜୀବନରେ
ଗାଉଛି ମୁଁ ପ୍ରୀତିଗୀତି
ସଂସାର ସରାଗେ ରୂପ ରସ ରାଗେ
ଯାଉଛି ଅଚିରେ ହଜି
ମୁଦ୍ରିତ ନୟନେ ବାସର ଶେଯରେ
ଯାଉଛି ମୁଁ ଭିଜି ଭିଜି ।
ପୁନେଇ ଜହ୍ନଟା ଆଖିମିଟିକାଏ
ମନରୁ ଦୂରାଏ ଭୀତି
ସ୍ନିଗ୍ଧ ସମୀରଣ ହୋଇ ମତୁଆଲା
ବାଢେ ଗୁଞ୍ଜରଣ ଗୀତି
ଆମ ମଧୁଝରା ଗନ୍ଧେ
ଶୀତ୍କାରୀ ଉଠେ ତା' ଛାତି
ବାତୁଳ ପରାଏ
ଶଶିରେ ଆଙ୍କେ ମ
ୁଁ ପ୍ରୀତି ।
ହେଉ ଆମ ପ୍ରେମ
ଗଢ଼ି ପ୍ରୀତି ଧାମ
ଦୁନିଆର ରୀତିନୀତି
ନ ହଜୁ ଧରାରୁ ମଧୁର ଜୀବନ
ଦୁଇ ପ୍ରାଣକୁ ଦେଇ ଆହୁତି
ଜାତି ଗୋତ୍ର ବାଧା ସମାଜ ଅସୂୟା
ନ ହେଉ ବିଚାରପତି ।
ଅକାଳ ପଡ଼ିଛି ଆତ୍ମୀୟ ସମ୍ପର୍କେ
ଘରବାର ଛାରଖାର
ବନ୍ଧୁପ୍ରେମ ଆଜି ସ୍ୱାର୍ଥର ଶିକାର
ମନ ମିଶୁନି ଏଠି କାହାର
ଏଭଳି ଅକାଳେ ସରଗ ସାଜିବ
ପ୍ରେମୀଙ୍କ ବସିଲେ ଘର
ଇର୍ଷା ଦ୍ୱେଷ ପରି ଅନେକ ବିକୃତି
ଧୋଇନେବ ପ୍ରେମ ନୀର
ସୁଖ ଶାନ୍ତି ପାଇ ବସୁଧା ହସିବ
ଅମୂଲ୍ୟ ପ୍ରେମକୁ କର ସ୍ୱୀକାର ।