STORYMIRROR

Gyanaranjan Sahoo

Romance

3  

Gyanaranjan Sahoo

Romance

ଅମୂଲ୍ୟ ପ୍ରେମ

ଅମୂଲ୍ୟ ପ୍ରେମ

1 min
249

ତୁମ ଓଠର ଉଦଣ୍ଡ ଯାତ୍ରାରେ

ହେବାପାଇଁ କଳାକାରଟିଏ

ମନାସିଥିଲି ଯେ ଦିନୁ

ଆଖିରେ ଆଖିର ଲାଜ ଇସାରାରେ

ନଚାଇଦେଲ ସେ ଦିନୁ ।


ଛନ୍ଦା ପୀରତିର ରୁନ୍ଧା ଜୀବନରେ

ଗାଉଛି ମୁଁ ପ୍ରୀତିଗୀତି

ସଂସାର ସରାଗେ ରୂପ ରସ ରାଗେ

ଯାଉଛି ଅଚିରେ ହଜି

ମୁଦ୍ରିତ ନୟନେ ବାସର ଶେଯରେ

ଯାଉଛି ମୁଁ ଭିଜି ଭିଜି ।


ପୁନେଇ ଜହ୍ନଟା ଆଖିମିଟିକାଏ

ମନରୁ ଦୂରାଏ ଭୀତି

ସ୍ନିଗ୍ଧ ସମୀରଣ ହୋଇ ମତୁଆଲା

ବାଢେ ଗୁଞ୍ଜରଣ ଗୀତି

ଆମ ମଧୁଝରା ଗନ୍ଧେ

ଶୀତ୍କାରୀ ଉଠେ ତା' ଛାତି

ବାତୁଳ ପରାଏ

ଶଶିରେ ଆଙ୍କେ ମୁଁ ପ୍ରୀତି ।


ହେଉ ଆମ ପ୍ରେମ

ଗଢ଼ି ପ୍ରୀତି ଧାମ

ଦୁନିଆର ରୀତିନୀତି

ନ ହଜୁ ଧରାରୁ ମଧୁର ଜୀବନ

ଦୁଇ ପ୍ରାଣକୁ ଦେଇ ଆହୁତି

ଜାତି ଗୋତ୍ର ବାଧା ସମାଜ ଅସୂୟା

ନ ହେଉ ବିଚାରପତି ।


ଅକାଳ ପଡ଼ିଛି ଆତ୍ମୀୟ ସମ୍ପର୍କେ

ଘରବାର ଛାରଖାର

ବନ୍ଧୁପ୍ରେମ ଆଜି ସ୍ୱାର୍ଥର ଶିକାର

ମନ ମିଶୁନି ଏଠି କାହାର

ଏଭଳି ଅକାଳେ ସରଗ ସାଜିବ

ପ୍ରେମୀଙ୍କ ବସିଲେ ଘର

ଇର୍ଷା ଦ୍ୱେଷ ପରି ଅନେକ ବିକୃତି

ଧୋଇନେବ ପ୍ରେମ ନୀର

ସୁଖ ଶାନ୍ତି ପାଇ ବସୁଧା ହସିବ

ଅମୂଲ୍ୟ ପ୍ରେମକୁ କର ସ୍ୱୀକାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance