ସେ ସାବିତ୍ରୀ ବ୍ରତ କରୁଛି
ସେ ସାବିତ୍ରୀ ବ୍ରତ କରୁଛି
ସ୍ୱାମୀ ତାର ଦୂର ବିଦେଶୀ
ଯାହା ମାଗିଲେ ସେ ଦେଉଛି
ପାଦରେ ଅଳତା ଗଭାରେ ଗଜରା
ହାତେ ତା ମୁଠା ମୁଠା ଚୁଡ଼ି ନାଇଛି
ସେ ସାବିତ୍ରୀ ବ୍ରତ କରୁଛି ।
ନୁଆଁ ଶାଢୀଟିଏ ପିନ୍ଧିଛି
ସୁନା ଅଳଙ୍କାରରେ ମଣ୍ଡିତ ହେଇଛି
ମେଁକେପ ସେକପ କମିଯାଇଛି କି କାଳେ
ବାରମ୍ବାର ଅଇନା ଦେଖୁଛି
ସେ ସାବିତ୍ରୀ ଵ୍ରତ କରୁଛି l
ସ୍ଵାମୀ ନାହିଁ ବୋଲି ସ୍ୱାମୀ ସାଙ୍ଗ ପରା
କେତେଯେ ସାହାର୍ଯ୍ୟ କହୁଛି
ପୋଷା କୁକୁରଠୁ ଆହୁରି ବିଶ୍ୱସ୍ତ
ରାତି ରାତି ଘର ଜଗୁଛି
ସେ ସାବିତ୍ରୀ ବ୍ରତ କହୁଛି ।
ଭିଡିଓ କଲରେ ହାଏ ବାୟ କହି
ସ୍ୱାମୀଙ୍କୁ ଇମ୍ପ୍ରେସ୍ କରୁଛି
କିଏ ଜାଣେ ପର୍ଦା ପଛର ରହସ୍ଯ
କଣ କଣ ସବୁ ଘଟୁଛି
ସେ ସାବିତ୍ରୀ ବ୍ରତ କହୁଛି ।
ନିଜ ହୃଦୟର କଥା ନିଜକୁ ହିଁ
ଯାହା ନାମେ ପୂଜା କଲେ ବି ଚଳୁଛି
ତା ଛଡା କିଏ ବା ଜାଣୁଛି
ସେ ସାବିତ୍ରୀ ବ୍ରତ କରୁଛି ।
