STORYMIRROR

Bishnupriya Panda

Comedy

4  

Bishnupriya Panda

Comedy

ହସ ଆଉ ହସାଅ

ହସ ଆଉ ହସାଅ

1 min
208


ଦାନ୍ତ ଥରେ ବିନ୍ଧା ହେଲା ବୋଲି

ଦାନ୍ତ ଡାକ୍ତର ଙ୍କ ପାଖୁ ଗଲି l

ବସିବାକୁ ସେଠି ଜାଗା ଥିଲା

ଭାଇ ମୋ ସାଥିରେ ଯାଇ ଥିଲା l

ଡାକ୍ତର ଙ୍କ ସହ ଦେଖା କଲି

ବସିବାକୁ ଆଜ୍ଞା ପାଇଗଲି l

ଦେଖିଲି ସେଠାରେ ଜଣେ ବସି

ପାଟି ଟିକୁ ଆଁ କରିଛନ୍ତି l

ଆଁ କରି କରି ଅଧ ଘଣ୍ଟା

ଡାକ୍ତର ନ ଆସି ହେଲେ ଚିଟା l

ଡାକ୍ତର ଦେଖନ୍ତି ଅନ୍ୟ ରୋଗୀ

ସିଏ ବସିଛନ୍ତି ତାଙ୍କୁ ଜଗି l

ଟିକେ ପରେ ଡାକ୍ତର ଆସିଲେ

ଦାନ୍ତ ଲଗାଇବା ମାପ ନେଲେ l

ମାପ ଦେବା ପାଇଁ ଆଁ କରି

ବସି ଛନ୍ତି ସିଏ ରାଗି କରି l

ଆଁ କରିବାକୁ କହିଦେଇ

ଡାକ୍ତର ଯାଇଛନ୍ତି ପଳାଇ l

ଆମେ ତାଙ୍କୁ ଦେଖି ହସିହସି

ପଳାଇଲୁ ସେଠାବରୁ ଖସି l

ରାଗି ଯାଇଥିଲେ ସେହି ବ୍ୟକ୍ତି

ଆମ ହସ ଦେଖି ହେଲେ ଶାନ୍ତି l

ନିଜ ଭୁଲ କୁ ଜାଣିପାରି

ଉଚେ ଡାକ ଦେଲେ ହରିହରି l

ମେ' ର ପ୍ରଥମ ରବିବାର

ବିଶ୍ୱ ହସ ଦିବସ ରେ ସାର l

ଆସ ହସିହସି ଗଡିଯିବା

ରୋଗ ଠାରୁ ଦୂରରେ ରହିବା ।।



Rate this content
Log in

Similar oriya poem from Comedy