STORYMIRROR

CHINMAYEE PRADHAN

Abstract Comedy Drama

4  

CHINMAYEE PRADHAN

Abstract Comedy Drama

ଯାଆଙ୍କ ସାବିତ୍ରୀ ଓଷା

ଯାଆଙ୍କ ସାବିତ୍ରୀ ଓଷା

1 min
385


ଯାଆ କହୁଥିଲେ ଦେଖେଇ ମତେ

ମୋର ବାପଘରୁ ଆଇଚି ଏତେ।


ଭାଉଜ ମୋହର ଭଲ ଯେ କେତେ

ସଜେଇ ସାଜେଇ ଦେଇଚି ସତେ।


ଦାମୀ ପାଟଶାଢ଼ୀ ବ୍ଲାଉଜ ସାଥେ

ମ୍ୟାଚିଙ୍ଗ୍ ଚୁଡ଼ିକୁ ଗହଣା କେତେ ।


ଅଳତା ସିନ୍ଦୁର ସାବୁନ ତେଲ

କ୍ରିମ୍ ପାଉଡର କୁଙ୍କୁମ କଜଳ।


 ବାଛିକି ଆଣିଚି କଷି ନଡ଼ିଆ

ପାଟିକୁ ଲାଗିବ ଭାରି ବଢ଼ିଆ।


ପଣସ ଆମ୍ବ ଖଜୁରୀ କୋଳି

ଫଳ ଆଣିଚି ସେ ଭଳିକି ଭଳି।


ଖାଇଲେ ବାଣ୍ଟିଲେ ସରିବ ନାହିଁ

କେତେ ଦେବି କାରେ ଭାବୁଛି ମୁହିଁ।


କାଲି କରିବି ମୁଁ ସାବିତ୍ରୀ ଓଷା

ଖାଇଦିଏ ଆଜି ମଟନ‌ କଷା।


ଦୁଇ ଯାଆ ମିଶି ମନ୍ଦିର ଗଲୁ

ପୂଜା ସାରି ଦୁହେଁ ଗୃହେ ଫେରିଲୁ।


ଭୋଗ ଯାଚିବାରୁ ମନା ସେ କଲେ

କହିଲେ ଖାଇବି ଭାଇ ଆସିଲେ।


ଭାଇ ତ ଫେରିଲେ ସଞ୍ଜ ବେଳକୁ

ଦେଖିଲି ମୁଁ ତାଙ୍କ କାଳୀ ରୂପକୁ।


ଓଷା କରିଛି ମୁଁ ଉପାସ ରହି

ମୋ ପାଇଁ ତ ଚିନ୍ତା ଟିକିଏ ନାହିଁ।


ଏତେ ବେଳ ଯାଏଁ କୋଉଠି ଥିଲ

କାହା ପାଖେ ହେଉଥିଲ କି ଗେଲ।


ଯୁଆଡୁ ଆସିଲ ହେ ସିଆଡେ ଚାଲ

ଉତାରି ଦେବି ମୁଁ ପିଠିରୁ ଛାଲ।


ଏହା କହି ଦେଲେ ଝାଡ଼ୁ ପାହାର

କହିଲେ ଶୀଘ୍ର ମୋ ଘରୁ ବାହାର।


ଏମିତିକା ସ୍ବାମୀ ଦର୍କାର ନାହିଁ

ସ୍ବାମୀ ବିନା ଏକା ପାରିବି‌ ରହି।


ଦେଖିଣ ତାଙ୍କର ସ୍ବାମୀ ଭକତି

ଘୁରିଗଲା ମଥା ହଜିଲା ମତି।




Rate this content
Log in

Similar oriya poem from Abstract