STORYMIRROR

CHINMAYEE PRADHAN

Comedy Thriller Others

4  

CHINMAYEE PRADHAN

Comedy Thriller Others

ପତ୍ନୀଙ୍କ ବଜାର ବୁଲା

ପତ୍ନୀଙ୍କ ବଜାର ବୁଲା

1 min
207


ସରାଗେ ଆସି ପାଖରେ ବସି

  ଘଷି ଦେଲେ ଗୋଡ ମୋର,

କହିଲି ଦେବୀ କଅଣ ଦେବି

  କୁହ ନା କରି ଉଛୁର।


କହିଲେ ସିଏ ନାଇଁ ମୋ ପ୍ରିୟେ

  କିଛି ନାହିଁ ଦରକାର,

ଦି ମାସ ହେଲା ନ ଥିଲ ଘରେ 

  ଯାଇନି ଟିକେ ବଜାର।


କାହିଁକି ଯିବ କିଶ ଆଣିବ

  କୁହ ମତେ ଆଣିଦେବି,

ଉଠି ବସିଲି ତାଙ୍କୁ କହିଲି

  ଆଣି ଦିଅ ଗାଡ଼ି ଚାବି।


କହିଲେ ସିଏ ଏବେ ତ ନୁହେଁ

  ବାସନ ପଡ଼ିଛି କେତେ,

ଧୋଇକି ଆଗେ ଆସ ତ ବେଗେ

  ନେଇ ଯିବ ସାଥେ ମତେ।


କିଛି ନ କହି ବାସନ ଧୋଇ

  ଚୁପଚାପ ଠିଆ ହେଲି,

ମେକପ ହେଇ ଶାଢ଼ୀ ସଜେଇ

‌‌ ଆସିଲେ ସେ ହଲି ହଲି।


ସରିଲା ମୋର ଚାଲ ଏଥର

  କହିଲେ ମୁରୁକି ହସି,

କାନ୍ଧରେ ମୋର ହାତ ପକେଇ

   ପଛରେ ଗଲେ ବସି।


ଚାଲିଲା ଗାଡ଼ି ଆଗକୁ ଗଡ଼ି

   ସପିଙ୍ଗ୍ ମଅଲ ପାଖ,

ଦେଖି ସୁନ୍ଦରୀ କହିଲେ ଠାରି

  ଗାଡ଼ିଟି ଏଇଠି ରଖ।


ଚାରିଘଣ୍ଟା ଗଲା ମଅଲ ଭିତରେ

   ବିଇଲି ଦଶ ହଜାର,

କାନ ଆଉଁସି ପେମେଣ୍ଟ କଲି

   କହିଲି ଯିବା ଏଥର।


କହିଲେ ରୁହ ପାର୍ଲର ଯିବି

   ଫେସିଆଲ ଟିକେ ହେବି,

କୁଞ୍ଚୁକୁଞ୍ଚିଆ ଚୁଟିକୁ ମୋର

   ସିଧା ଟିକେ କରିଦେବି।


କହିଲି ପ୍ରିୟେ କାହିଁକି ଆହେ

   ସେମିତି ସୁନ୍ଦରୀ ତୁମେ,

ଗୋରା ମୁହଁକୁ କୁଞ୍ଚୁକୁଞ୍ଚିଆ 

   ଚୁଟି ତୁମର ଜମେ।


ଏଇଠି ବସ ନ କରି ରୋଷ

  ଏଟିଏମ୍ ଟା ଦିଅ,

ପ୍ରଶଂସା କରି କହିବ ନିଜେ

   ଭିତରୁ ଆସେ ରୁହ।


ଆସିଲା ମେସେଜ ଦି ଘଣ୍ଟାରେ

   ଆଠ ହଜାର ଡେବିଟ,

ବସିଲି ଦେଇ ମୁଣ୍ଡରେ ହାତ

   କାର୍ଡ କାହିଁ ଦେଲି ଟି।


ରାତି ରୋଷେଇ ନ କରି ମୁହିଁ

  ଆସିଛି ତୁମ ସାଥେ,

ହୋଟେଲ ଯାଇ ପେଟ ପୂରାଇ

   ଖୁଆଇବ ଆଜି ମତେ।


କାଇଁ ଆସିଲି କି ଭୁଲ୍ କଲି

  ଭାବିଲି ମୁଁ ମନେ ମନେ,

କାନ ମୋଡିଲି ନିଷ୍ପତ୍ତି ନେଲି

  ଆସିବିନି ଆଉ ଦିନେ।



 


Rate this content
Log in

Similar oriya poem from Comedy