STORYMIRROR

CHINMAYEE PRADHAN

Abstract Classics Inspirational

3  

CHINMAYEE PRADHAN

Abstract Classics Inspirational

ଦେଶପ୍ରେମ

ଦେଶପ୍ରେମ

1 min
148


ପ୍ରେମ ଠାରୁ ବଡ଼ ଦେଶ ତୁମପାଇଁ

  ତା ପାଇଁ ଜୀବନ ଦେଲ,

ତୁମ ବିନା ଏଠି କେମିତି ବଞ୍ଚିବି

   ଏ କଥା ପାଶୋରି ଦେଲ।


ହାତ ଧରି ମୋର କହିଥିଲ ହେବ

   ସାତ ଜନମର ସାଥୀ,

ଦେଶ ପାଇଁ ଯେବେ ଶହୀଦ ହେଲ

  ମୁଁ କାହିଁ କରିବି ଭୀତି।


ଅଫେରା ରାଇଜେ ଚାଲିଗଲ ସାଥୀ

  ବୀର ଯବାନଟେ ହେଇ,

ମୋ କୋଳେ ସନ୍ତାନ ନିତି ଖୋଜୁଥାଇ

  ବାପା ମୋର ଗଲେ କାହିଁ?


ଏ ମାଟିର‌ ତୁମେ ବୀର ସନ୍ତାନ

   ତୁମରି ଘରଣୀ ମୁହିଁ,

ତୁମେ ଗଲା ପରେ ଦୁଃଖ କରିବିନି

   ଲୁହ ମୋ ଗଡିବ ନାହିଁ।



ଦେଶପ୍ରେମ ବହ୍ନି ପ୍ରଜ୍ଜ୍ଵଳିତ କରି

   ସନ୍ତାନ ହୃଦୟେ ତୁମ,

ଦେଶପ୍ରେମୀ କରି ଗଢ଼ି ତୋଳିବି ମୁଁ

   ରଖିବ ଦେଶର ନାମ।


କରୁଛି ଶପଥ କରି ପ୍ରଣିପାତ

   ତୁମରି ଶରୀର ଛୁଇଁ,

ଆସୁ ଯେତେ ଝଡଝଞ୍ଜା ଏ ଜୀବନେ

   କେବେ ବି ହାରିବି ନାହିଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract