STORYMIRROR

CHINMAYEE PRADHAN

Drama Romance Classics

4  

CHINMAYEE PRADHAN

Drama Romance Classics

ଇଛା ହୁଏ

ଇଛା ହୁଏ

1 min
369


ଇଛା ହୁଏ ଆଜି କାଇଁ

  ତତେ ଖାଲି ଭଲ ପାଇ,

    ତୋ ହୃଦୟେ ରହିବାକୁ

      ଘରଟିଏ କରି ଦେଇ।


ଇଛା ହୁଏ ଆଜି କାଇଁ

   ତୋ ପାଖକୁ ଯିବା ପାଇଁ,

      ତୋ ହାତରେ ହାତ ଦେଇ

        ଚାଲିବାକୁ ସାଥୀ ହେଇ।


ଇଛା ହୁଏ ଆଜି କାଇଁ

  ତୋ ପାଖରେ ବସି ରହି,

    ଗପିବାକୁ କେତେ କଥା

      କୋଳରେ ତୋ ମୁଣ୍ଡ ଥୋଇ।


ଇଛା ହୁଏ ଆଜି କାଇଁ

  ପଛପଟୁ ଧୀରେ ଯାଇ,

    ଲୁଚି ଲୁଚି ଚୁମିବାକୁ

     ଆଖିରେ ତୋ ହାତ ଦେଇ।


ଇଛା ହୁଏ ଆଜି କାଇଁ

  ଝର୍କା ପାଖେ ବସି ରହି ,

    ଦୂର ଜହ୍ନ ଦେଖିବାକୁ

     ତୋ ସାଥିରେ ସାଥୀ ହେଇ।


ଇଛା ହୁଏ ଆଜି କାଇଁ

  ଅତୀତକୁ ଫେରି ଯାଇ,

    ସବୁ ହସ ସବୁ ଖୁସି

      ଆଣିବାକୁ ଲେଉଟାଇ।





Rate this content
Log in

Similar oriya poem from Drama