STORYMIRROR

CHINMAYEE PRADHAN

Children Stories Classics Children

4  

CHINMAYEE PRADHAN

Children Stories Classics Children

ଶିଶୁଟିଏ ମୁଁ ଶିଶୁଟିଏ

ଶିଶୁଟିଏ ମୁଁ ଶିଶୁଟିଏ

1 min
13


ଶିଶୁଟିଏ ମୁଁ ଶିଶୁଟିଏ

  ଆକାଶର ନୂଆ ଜହ୍ନଟିଏ,

ଆଲୋକ ବିତରି ସଂସାର ସାରା

  ଖିଲି ଖିଲି ନିତି ହସୁଥାଏ।


ଶିଶୁଟିଏ ମୁଁ ଶିଶୁଟିଏ

  ବଗିଚାର ନୂଆ କଢିଟିଏ,

ପୁଲକିତ କରି ଜନମାନସକୁ

  ମହ ମହ ନିତି ବାସୁଥାଏ।


ଶିଶୁଟିଏ ମୁଁ ଶିଶୁଟିଏ

   କଞ୍ଚା ମାଟି ପିଣ୍ଡୁଳାଟିଏ,

ଗଢିଦେଲେ ମତେ ସୁନ୍ଦର କରି

   ସୁନ୍ଦର ମୂର୍ତ୍ତିଟେ ହେଇଥାଏ।


ଶିଶୁଟିଏ ମୁଁ ଶିଶୁଟିଏ

  ଆଶା ଭରସାର ଥଳିଟିଏ,

ବାପା ମାଆ ସ୍ବପ୍ନ ପୂରା କରିବାକୁ

  ଆଗଭର ନିତି ହେଇଥାଏ।


ଶିଶୁଟିଏ ମୁଁ ଶିଶୁଟିଏ

  ଏ ଦେଶମାଟିର ବୀରଟିଏ,

ଦେଶମାତୃକାର ଟେକ ରଖିବାକୁ

   ପଣ କରି କାମ କରିଥାଏ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍