STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

"ନିରବ ନିଷ୍ପତ୍ତି"

"ନିରବ ନିଷ୍ପତ୍ତି"

1 min
183


  ସବୁଠି ଦିଶେ ହାହାକାର

   ଚାଷୀ କରେ ଆତ୍ମହତ୍ୟା

  ଶ୍ରମିକ ହରାଏ ରୋଜଗାର ପନ୍ଥା

   ଅନାହାରେ ଅର୍ଦ୍ଧାହାରେ

   ମା' ତା'ର କୋଳର ଶିଶୁ କରେ ବିକ୍ରି

   ଶୀତ ତାପ ନିୟନ୍ତ୍ରିତ ଘରେ ବସି

    ହସି ହସି ବାବୁ ଭାୟା ମାନେ

     ନିଅନ୍ତି ସେମାନଙ୍କ ନିରବ ନିଷ୍ପତ୍ତି ।


     ଶୁଖିଲା ମୁଖର ଭୋକିଲା ପେଟର

      ଯନ୍ତ୍ରଣା ର ଜ୍ଵାଳା ବୁଝନ୍ତିନି

      ଆମ ନେତା ମନ୍ତ୍ରୀ ଅଧିକାରୀ ଗଣ

       ଭୋଟ୍ ପରେ ଭୋଟ୍ ଆସେ

     ଯୋଜନା ପରେ ଯୋଜନା ପ୍ରସ୍ତୁତ ହୁଏ

     ବୁଝନ୍ତିନି ଆମ ଅପାଠୁଆ ଜନଗଣ

     ସବୁଠି ଚାଲେ ପ୍ରିୟା ପ୍ରୀତି

      ସବୁଠି ହାକିମାତି କରନ୍ତି

     ପୁଞ୍ଜିପତି, ଶିଳ୍ପପତି ଓ ଉଦ୍ୟୋଗପତି

      ନିରବଦ୍ରଷ୍ଟା ସାଜନ୍ତି ଶାସକ ପ୍ରଶାସକ

      ସବୁ ଜାଣି ନ ଜାଣିବାର ଅଭିନୟ କରି

        ନିଅନ୍ତି ନିରବ ନିଷ୍ପତ୍ତି ।


    ଧନ୍ୟ ଗଣତନ୍ତ୍ର ଧନ୍ୟ ଆମ ଦେଶ ପ୍ରୀତି

     ସବୁଠି ହୋ ହାଲା 

     ସବୁଠି ଆନ୍ଦୋଳନ ପ୍ରତିବାଦ

     ଚକ ଅଖ ବନ୍ଦ୍ ର ମହା ଜାଗୃତି

     ଫଳ ଶୂନ୍ୟ ହୁଏ ଶେଷ ପରିଣତି

      ସର୍ବହରା ଜୀବନ ଜୀବିକା ର

       ହେଉଛି ବିଷମ ପରିସ୍ଥିତି

      ଗଣତନ୍ତ୍ର ର ମୁଖା ତଳେ

    ପୁଞ୍ଜିବାଦୀ ଗଣତନ୍ତ୍ର କୁ ହତ୍ୟା କରି

      ନିଅନ୍ତି ନିରବ ନିଷ୍ପତ୍ତି ।


     ସଭିଏଁ ଏଠି ନିରବ

      ବୁଦ୍ଧିଜୀବି, କର୍ମଜୀବି

     କବି, ଲେଖକ, ସାମ୍ବାଦିକ

      କାନ୍ଦନ୍ତି ବେଳେ ବେଳେ

    କୁମ୍ଭୀର କାନ୍ଦଣା ଦେଖାନ୍ତି

     ମିଛି ମିଛିକା ଦରଦୀ ଭାବ

     ସ୍ଵାର୍ଥ ଅର୍ଥ ଓ ପରିବାର

    ପ୍ରତିପୋଷଣେ ସଭିଙ୍କ ଲୋଭ

    ଦିନୁଁ ଦିନ ଦେଶର ହେଉଛି ଦୁର୍ଗତି

    ତଥାପି ଜ୍ଞାନୀ, ମାନୀ, ଗୁଣୀ ଗଣ

    ସ୍ଵାର୍ଥ ପଞ୍ଜୁରୀ ରେ ବାନ୍ଧି ହୋଇ

     ଦେଖନ୍ତି ଏ ସ୍ଵାର୍ଥୀ, ଭ୍ରଷ୍ଟ 

    ଗୋଷ୍ଠୀଙ୍କ ର ସ୍ଵାଚ୍ଛାଚାରୀ ମାନଙ୍କର

      ନିରବ ନିଷ୍ପତ୍ତି ।


     ସରିନାହିଁ ମରିନାହିଁ

      ନୀତି ଓ ଆଦର୍ଶ

     ଦେଶ ଭକ୍ତ ଜାତି ଭକ୍ତ

     ହୋଇ ନାହାଁନ୍ତି ନିଃଶେଷ

    ଏବେ ବି ଅଛନ୍ତି ଏ ଦେଶେ

     କେତେ କେତେ ଲକ୍ଷ୍ମୀ ବାଈ

      କେତେ ଭଗତ୍ ସିଂ

    ଏବେ ବି ଅଛନ୍ତି ଏ ଦେଶେ

    କେତେ ଶାସ୍ତ୍ରୀ କେତେ ଯେ ସୁବାଷ

     ଯୋଜନା ଗଢ ଦେଶ ପାଇଁ

      ହେଉ ଦେଶର ପ୍ରଗତି

     ଜନତା ର ବିକାଶ ହେଉ

    ଖଟିଖିଆ, ମଜୁରିଆ,କୃଷକ, ଶ୍ରମିକ

    ସଭିଙ୍କୁ ଦିଅ ରୋଜଗାର

    ଜୀବନର ମାନଦଣ୍ଡ ନିର୍ଦ୍ଧାରଣ କରି

     ସବୁ ଶ୍ରେଣୀ ସବୁ ବର୍ଗର 

     ଜନତାଙ୍କ କର ଉନ୍ନତି

     ଏହା ହିଁ ଏକବିଂଶ ଶତାବ୍ଦୀର

      ଏ ଦେଶ ଏ ଜନଗଣ ଙ୍କର

      ଏକ ମାତ୍ର ନିରବ ନିଷ୍ପତ୍ତି ।


   

    

       

     


      


     


    


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract