Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debashree Misra

Tragedy

3  

Debashree Misra

Tragedy

ଶେଷ ଅଭିନୟ

ଶେଷ ଅଭିନୟ

1 min
164


ଅଫେରା ପଥରୁ ଫେରିଵନି ସତେ

ଚଲାପଥ ହେଲା ଶେଷ

ସ୍ମୃତି ବୋଲି ଯାହା ଛାଡିଗଲ ତୁମେ

ରଚିଦିଏ ମନେ ଅବଶୋଷ ।


ଆମ ସାଥେ କାଲି ଥିଲ

ପ୍ରତି ମୁହୂର୍ତ୍ତରେ   

ଆଜି ତୁମେ ଫଟୋ ହୋଇ ଝୁଲିଅଛ

ଶୂନ୍ୟ କାନ୍ଥରେ ।


ବିଶ୍ଵାସ ହେଉନି ସତେ 

ତୁମେ ହେଲ ମୁଠାଏ ପାଉଁଶ

ଫଟୋ ଦେଖି ଭାବେ ମନେ 

ତୁମେ କେମିତି ପାଲଟିଗଲ

ନିର୍ବେଦ ପୁରୁଷ ।  


 ଛାଡିଗଲ ସଂସାର ସମୁଦ୍ର

ଅଭିନୟ ହେଲା ଶେଷ

ତୁମେ ପାଖେ ନାହଁ ବୋଲି 

ଦେବି ଅବା କାହାକୁ ଦୋଷ ।


ଦେଖେ ଯେବେ

ଫଟୋ ତୁମ ଲାଗୁଚ ଜୀବନ୍ତ

ଫଟୋରେକି ବିରାଜିତ ତୁମେ

ତୁମ ଫଟୋ ବହନ କରୁଛି ହାୟ

ତୁମର ସେ ଅଦୃଶ୍ୟ ଅସ୍ତିତ୍ବ ।


Rate this content
Log in

Similar oriya poem from Tragedy