STORYMIRROR

Debashree Misra

Abstract

3  

Debashree Misra

Abstract

ନିୟତିର ଖେଳ

ନିୟତିର ଖେଳ

1 min
235

ଦଇବ ଦଉଡ଼ି ମଣିଷ ଗାଈ

ଯେଣିକି ଟାଣଇ ତେଣିକି ଯାଇ 

ନିୟତି ଖେଳରେ ମଣିଷ କଣ୍ଢେଇ

ସମୟ ଚକରେ ସଭିଏଁ ବାଇ ।


ମହା କାଳ ଯେବେ ହୁଏ କରାଳ

ଭାଙ୍ଗିଦିଏ ସେତ ସବୁରି ବଳ

ଖୁସି ପରେ ଆସେ ଦୁଃଖ ଜଞ୍ଜାଳ

ସବୁ ଅଟେ ପରା ନିୟତି ଖେଳ ।


ଜୀଵନଟା ଏଠି କ୍ଷଣଭଙ୍ଗୁର

ନୁହେଁ ପରା ଏଠି କେହି କାହାର

ମିଛ ମାୟା ଭରା ଏଇ ସଂସାର

ସ୍ବାର୍ଥ ଥିଲେ ଏଠି ସବୁ ନିଜର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract