Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debashree Misra

Others

3.4  

Debashree Misra

Others

ସମ୍ପର୍କର ନୂଆ ମୁହଁ

ସମ୍ପର୍କର ନୂଆ ମୁହଁ

1 min
189


ସମ୍ପର୍କ ଏବେ ନୂତନ ପରିଭାଷା ଏଇ ଦୁନିଆରେ

କେବେ ସେ କେଉଁ ରଙ୍ଗରେ ତ ପୁଣି କେଉଁ ରୂପରେ ।


କେବେ ସେ ଥାଏ ଆପଣା ବଳୟରେ

କେବେ ପୁଣି ହଜିଯାଏ ଦୂରତା ଭିତରେ ।


ସମ୍ପର୍କ ତାଜା ଲାଗେ ସଦା ସ୍ମୃତିର ସହରେ

ଫିକା ପଡିଯାଏ ପୁଣି ଅବିଶ୍ବାସର ଅନ୍ଧାରରେ ।


ଦିଆ ନିଆ ପର୍ବ ଏବେ ସମ୍ପର୍କ ହାଟରେ

ପୂର୍ଣ୍ଣଚ୍ଛେଦ ପଡିଯାଏ କାମ ସରିଲେ ଶେଷରେ ।


ମୂଲ୍ୟ ତାର ବୁଝନ୍ତିନି ଏ ଜଗତେ କେହି

ବାନ୍ଧି ରଖେ ସମସ୍ତଙ୍କୁ ଅଦୃଶ୍ୟ ସେତୁଟିଏ ସେଇ ।


ସାଇତି ରଖିବା ତାକୁ ସ୍ନେହ ଶ୍ରଦ୍ଧା ମନେ ଥାଇ

ଭାଙ୍ଗିଯାଏ ପରା ସିଏ ସନ୍ଦେହକୁ ନେଇ ।


ଯୁବପିଢି ଲାଗି ନାହିଁ ତା'ର କୋୖଣସି ଅସ୍ତିତ୍ଵ

ହରାଇଛି ସେ ଯେ ତା'ର ପ୍ରକୃତ ମହତ୍ତ୍ଵ  ।


ମାନ ଅପମାନ ସହି ସେ ଆଜି ଅଟେ ଅବଲୁପ୍ତ

ବିଶ୍ଵାସ ଥାଇ ବି ସେ ହୋଇଛି ଅବିଶ୍ବସ୍ତ ।


ଦୁନିଆରେ ଏବେ ତାର ନୂଆ ଏକ ମୁହଁ

ପରିଚୟ ଥାଇ ମଧ୍ୟ ସେ ଆଜି କାହାରି ବି ନୁହଁ ।


Rate this content
Log in