STORYMIRROR

Debashree Misra

Abstract

3  

Debashree Misra

Abstract

ଆମ ଗାଁ ଚାଳଘର

ଆମ ଗାଁ ଚାଳଘର

1 min
150


ଭଲ ଲାଗୁନି ସହର ନା ଏଇ ବଡ଼ ଵଡ କୋଠାଘର

ଯାଇଥିଲୁ ବୁଲିବାକୁ ଆମ ଗାଁ ଝାଟିମାଟିର ଚାଳ ଘର ।

ଦେଖିବାକୁ ସୁନ୍ଦର ଯେମିତି ସେମିତି ନାଁ ଟି ସୁନ୍ଦର

ପାଞ୍ଚ ଶାସନ ଭିତରେ କୃଷ୍ଣଶରଣପୁର ଶାସନ ଆମର ।

 ଚାଲୁ ଚାଲୁ ଦେଖିବାକୁ ପାଇଲି ଗାଁ ଶେଷ ମୁଣ୍ଡରେ ଲୁପ୍ତ ପାଇଥିବା ଆମରି ଭିଟାମାଟିର ଝିକର 

ଠିକ୍ ତାକୁ ଲାଗି ରହିଥିଲା ମୋ ମାମୁଁ ମାଉସୀ ପଢିଥିବା ବିଦ୍ୟାଳୟ ଛୁଆ ବେଳର ।

ଢଳି ଆସୁଥିଲା ସଂଜ ସରି ସରି ଆସୁଥିଲା ଆମ ହାତ ମୁଠାରେ ଥିବା ଭ୍ରମଣ ସମୟର

ସାଉଁଟିଵାକୁ ଲାଗିଲି ହଜିଯାଇଥିବା ସଵୁ ସମ୍ପର୍କ ଆମ ପରିବାରର ।

ଗାଁ ମନ୍ଦିରର ଧୂପର ବାସ୍ନା , ଅଗଣାର ସେଇ ତୁଳସୀ ଚଉଁରା 

ସତେ ଯେମିତି ଲାଗୁଥିଲା ଅବଲୁପ୍ତ ହେଇଯାଇଛି ସେଇ ପୁରୁଣା ପରମ୍ପରା ।

ସ୍ମୃତି ସବୁ ଥିଲା ଯାହା ମନର କାନଭାସ୍ ରେ

 ସାଉଁଟିଵାକୁ ବସିଗଲୁ ଯାଇ ଗାଁ ଦାଣ୍ଡ ଚଉପାଟିରେ

ମାଠିଆ ଧରି ପାଣି ଆଣି ଯିବା 

କାହୁଁ ବା ଅଛି ସହରର ମଡର୍ଣ୍ଣ ଇଭିନିଙ୍ଗ ୱକ୍ ରେ 

ଗାଁ ଦାଣ୍ଡର ଗପ ଭଳି ଗପ ଆଉ ଜମୁନି

ତାସ୍ ଆଉ ଲୁଡୋ ଖେଳ ଖେଳିବା ଭୁଲି ଗଲେଣି

ସାଙ୍ଗ ସାଥି ଛୁଆଵେଳ ସବୁ ସରି ଗଲାଣି

ସୁଖ ଦୁଃଖ ବାଣ୍ଟିବାକୁ ସମୟ ଯେ ମିଳୁନି 

ଚାଟଶାଳୀ ପାଠର ମଜା ଆଉ କାହିଁ

ଗାଁ ମାଷ୍ଟରଙ୍କ ଡରରେ ଲୁଚି ଛପି ଖେଳିବା ଆଉ ନାହିଁ

ଲଣ୍ଠନ ଡିବିରେ ପଢ଼ିବା ଆଉ ଦିଶୁନାହିଁ

ପ୍ଲେ ସ୍କୁଲ ମାୟାରେ ସମସ୍ତେ ଯାଉଛନ୍ତି ଧାଇଁ ...

ନମସ୍କାର ଭୁଲି ସବୁ ହାଲୋ ହାଏ କଲେଣି

ଆଧୁନିକ ଯୁଗରେ ସଵୁ ନିଜ ସଂସ୍କୃତି ଭୁଲି ଗଲେଣି

ପଦର ଆଉ ଆମ୍ବ ତୋଟା ଵୁଲି ଯେ ଆସିଲି

ମନଭରି ଶାନ୍ତି ଆଉ ଖୁସି ଯେ ପାଇଲି 

ଦେଖୁ ଦେଖୁ ସରିଗଲା ସମୟ ସୀମା ଗାଁ ବୁଲିବାରେ

ଚାଲିବା ଛାଡି ଚଢିଗଲୁ ଏୟାର୍ କଣ୍ଡିସନର୍ ଗାଡ଼ିରେ

ଜୀବନର ମୂଲ୍ୟବୋଧ ଵୁଝି ଯେ ପାରିଲି

ଗାଁ ବୁଲି ଆସି ନିଜ ଭିତରେ ନିଜ ଅସ୍ତିତ୍ଵ ପାଇଲି 

ବଦଳୁଛି ଯୁଗ ସିନା ବଦଳିନି ଗାଁ ଆମ କିଛି

ଶୁଣିଥିଲି ଯାହା ସବୁ , ଠିକ୍ ସେମିତି ହିଁ ଅଛି

ସହରିଆ ଆମେ ସବୁ ଭୁଲି ଗଲେଣି ନିଜ ଅସ୍ତିତ୍ଵ

ଆଧୁନିକତାର ଅନ୍ଧାରରେ ହଜେଉଛେ ଆମରି ସୁନ୍ଦର ଅତୀତ ।


                         

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract