Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debashree Misra

Abstract

4  

Debashree Misra

Abstract

ସମ୍ପର୍କର ହାତ ଧରି

ସମ୍ପର୍କର ହାତ ଧରି

1 min
250


ସମ୍ପର୍କ ଯେ ଆମ ସ୍ନେହର ପ୍ରତୀକ ଭୁଲି ଯାଉଛନ୍ତି ସବୁ

ପାଇବା କଥାଟି ଭୁଲିଯାଇ ତୁହି , ସବୁବେଳେ ଖାଲି ଦେବୁ ।


ସୂତାଖିଅକର ଲାଗୁଛି ସତେକି ସମ୍ପର୍କ ଏଠି ସଭିଙ୍କର

ମୂଲ୍ୟହୀନ ଏବେ ସମ୍ପର୍କ ସବୁଠି ନାହିଁ କିଛି ଉପଚାର ।


ସ୍ୱାର୍ଥର ସାଧନେ ଗଢା ସମ୍ପର୍କଟି ଫୁଲରେ ଭ୍ରମର ପରି

ସ୍ୱାର୍ଥ ଥିଲା ଯାଏଁ ଚାଲନ୍ତି ସଭିଏଁ ସମ୍ପର୍କର ହାତ ଧରି ।


ମଣିଷ ଚିହ୍ନି୍ଵା ସମ୍ପର୍କ ଗଢିବା ପାଠ ପରା କାଠିକର

ନିଃସ୍ୱାର୍ଥ ଭାବେ ସମ୍ପର୍କ ତୋଳିବା ନ ମଣି କାହାକୁ ପର ।


ଚିରସ୍ଥାୟୀ ସେତ ସମ୍ପର୍କ ଡଙ୍ଗାଟି ପ୍ରେମ ଥାଏ ତା'ଭିତରେ

ହାତ ଧରି ସଦା ଚାଲିଥାଏ ବାଟ ପରକୁ ଆପଣା କରେ ।


ସ୍ୱାର୍ଥର ସହରେ ସମ୍ପର୍କ ହଜୁଛି ,ନିଜ ପରିଚୟ ଖୋଜି

ଭାଙ୍ଗୁଛି ସମ୍ପର୍କ ମଣିଷତ ଏଠି, ନିଜ ହାତେ ନିଜେ ଆଜି ।


ସମୟ ସୁଅରେ ବଦଳି ଯାଇଛି ସମ୍ପର୍କର ସେ ଭାବନା 

ଅନ୍ତର ଵେଦନା ବଳି ପଡିଯାଏ ଲୁହକୁ ରୋକି ହୁଏନା ।


ସମ୍ପର୍କର ମୂଲ ବୁଝିଅଛି ଯିଏ ,ସେ ଦୁନିଆରେ ସୁମଣିଷ 

ଛଳନାକୁ ନେଇ ସାଥେ ଚାଲୁଥିଲେ, ସମ୍ପର୍କର ହେବ ଶେଷ ।


Rate this content
Log in

Similar oriya poem from Abstract