STORYMIRROR

Debashree Misra

Others

2  

Debashree Misra

Others

ଅଜଣା ଚିଠି

ଅଜଣା ଚିଠି

1 min
66

ଖୋଲିଦେଲି ଯେବେ ସ୍ମୃତିର ସିନ୍ଧୁକ

ପୁରୁଣା ଚିଠି ସବୁ ଆବୋରି ନେଲେ

ମୋତେ ନିଜ କୋଳକୁ ବିସ୍ତାରି

ସ୍ମୃତି ଆଇନାରେ ଝଲସି ଗଲା ଅତୀତର କିଛି

ଆତ୍ମୀୟଙ୍କ ଚେହେରା ଆଉ କିଛି ଅଫେରନ୍ତା ସମୟ

ସମୟ ସୁଅରେ ଆଗେଇ ଗଲେଣି ସବୁ

ହେଲେ ରହିଯାଇଛି ପାଖେ ମୋର ସେସଵୁର ସନ୍ତକ

ଚିଠି ଦେବା ନେବା ଯୁଗ ତ ଗଲାଣି 

ନା ଅଛି ଡାକରେ ଚିଠି ପାଇ ଉତ୍ତର ନଦେଵାର ଅଭିଯୋଗ

ଏବେ ପରା ସଭିଙ୍କ ପାଖରେ ମୋବାଇଲ 

ଆଉ ଫେସ୍ ବୁକ୍ ,ୱାଟ୍ସପ୍ ରେ କଥା ହେବାର ଅଭିନ୍ନ ସୁଯୋଗ

ହେଲେ ଆଜି ବି ଇଚ୍ଛା ହୁଏ କେହି ଜଣେ

ନିଜର ଚିଠି ଖଣ୍ଡିଏ ଦିଅନ୍ତାନି 

ଇଚ୍ଛା ହୁଏ ସେସବୁ ପୁରୁଣା ଦିନକୁ

ପୁଣି ଥରେ ଵଂଚିଯିବା ପାଇଁ

ଚାଲିଗଲା ସମୟ ଯେ ଆଉ କି ଫେରିବ, 

ଚିଠି ଦେଇ ମନ କଥା ଆଉ କେ କହିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍