STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
136


ଖୁବ୍ ମନେ ପଡ଼େ ସେଇ 

ପିଲାଦିନର କଥା 

କାଗଜଡଙ୍ଗା ତିଆରି କରି କରି

ବାପା ହୋଇ ଯାଉଥାନ୍ତି ଅଥା ।


ତଥାପି ସେ କାଗଜ ଡଙ୍ଗା 

ତିଆରି ପାଇଁ କରୁଥିଲୁ ଅଳି 

ଭାଇ ଭଉଣୀ ଭିତରେ 

ତା ପାଇଁ ଲାଗୁଥିଲା କଲି ।


କାହା କାଗଜଡଙ୍ଗା ଆଗ ପହଞ୍ଚିବ

ନଦୀ ଠାରୁ ମହାନଦୀ କୂଳରେ 

ବୁଲି ବୁଲି ଲାଗିଯିବ ଅବା

ନୀଳସାଗର ଦେଇ ମହାସାଗରରେ।


କାଗଜ ଡଙ୍ଗା ଟି ଠିକ୍ ସେପରି ଅଛି 

ସତେ ଅବା ସେଇ ଦିନ ଯାଇଛି ହଜି 

ସେଇ କଥା ଭାବି ଭାବି 

ଭସାଏ କାଗଜ ଡଙ୍ଗା ଆଜି ମୁଁ ଭିଜି ଭିଜି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy