STORYMIRROR

Rohit Rahgir

Romance Tragedy

3  

Rohit Rahgir

Romance Tragedy

ବୟସର ଅପରାହ୍ନରେ

ବୟସର ଅପରାହ୍ନରେ

1 min
214

ବୟସର ଅପରାହ୍ନରେ 

ବଞ୍ଚିବାର ଆଶା ନେଇ ଯାହା 

ଚାଲିଥିଲି କିଛି ବାଟ ତୁମ 

ପାଦେ ମୋ ପାଦକୁ ମିଶେଇ,

ଭାଙ୍ଗିଦେଲ ମୋର ସବୁ ସ୍ବପ୍ନ

ସବୁ ଆଶା ଘଡିକରେ ତୁମେ 

ଅଦିନିଆ ଏକ ଝଡ଼ଟିଏ ହୋଇ.....।

ପଥେ ମୋର କେତେ କଣ୍ଟା

ପାଦକୁ କରେ ରୁଧିରେ ଜର୍ଜର

ତମେ ବା କେବେ ବୁଝିବ କେମିତି,

ତମକୁ ତ ଭଲ ଲାଗେ ଖାଲି

ଲୋକ ଦେଖାଣିଆ ରଙ୍ଗ ଢ଼ଙ୍ଗ

ଆଉ ତୁମର ସେ ଅମାନିଆ ଜିଦି..।

ତୁମେ ଚାହଁ ମୁଁ ନୋଇଁବାକୁ 

ସେ ଜିଦ ଆଗରେ,

ହଁ! ମୁଁ ନଇଁ ଯିବି, ହାରିଯିବି 

ତୁମ ପାଇଁ ଏ ଦୁନିଆଁ ଆଗରେ,

ଜିତି ସିନା ଯିବ ତୁମେ

ତୁଚ୍ଛ ଏକ ବାଜି ହେଲେ

ହାରି ଯିବନି କି ପ୍ରିୟା ଜୀବନ ଯୁଦ୍ଧରେ...। 

ସବୁ ପାଇଯିବ ତୁମେ ଏଠି 

ମିଳିଯିବ ସବୁ କିଛି ଏଇ 

କ୍ଷଣ ଭଙ୍ଗୁର ମାୟାର ସଂସାରେ,

ହେଲେ ଖୋଜି ପାଇବ କି

ଆଉ କେବେ ମୋତେ ନା

ମୋର ଏଇ ମିଠା କଥା ପଦେ

ମୁଁ ପରା ହଜିଯାଇଥିବି ଦୁନିଆଁ ଭିଡ଼ରେ....।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance