STORYMIRROR

Rohit Rahgir

Romance

4.0  

Rohit Rahgir

Romance

ତୁମକୁ ପଚାରୁଛି

ତୁମକୁ ପଚାରୁଛି

1 min
151

 ତୁମକୁ ପଚାରୁଛି

       ଦେଇକି ପାରିବ

       ମୋ ମନରେ ଉଙ୍କିମାରୁଥିବା

       କେଇଟା ପ୍ରଶ୍ନର ଉତ୍ତର। 

       ନା ସେ ଦିନ ଭଳି ନୀରବରେ     

       ରହି, ମୁଣ୍ଡ ଟୁଙ୍ଗାରିବ

       ଝରେଇ ଅଶ୍ରୁର ଧାର।୧

       କଣ ପ୍ରେମ ମୋର ଥିଲା

       ଏତେ ଶସ୍ତା ? ନା ମୋ ଉପରେ

       ନଥିଲା ବିଶ୍ୱାସ। 

       ନା କରୁଥିଲ ଛଳନା

       ମୋ ସଙ୍ଗେ, ଗଢ଼ିବାକୁ

       ଆଉ କାହା ପ୍ରେମର ଉଆସ।୨

       ଆଜି ତମେ ମୋତେ ଭୁଲି

       କେମିତି ଅଛ, ହୃଦୟରେ

       ହାତ ରଖି ଥରେ କୁହ। 

       ଖୁସିରେ ଅଛ ନା,

       ମୋତେ ମନେ ପକେଇ

       ରାତିସାରା ଢାଳୁଛ ଲୁହ।୩

       ରଖିବକି ସଖୀ

       ଗୋଟେ ଅନୁରୋଧ,

       ଜୀବନର ଶେଷଇଚ୍ଛା ମୋର। 

       ମୁଁ ମଲାଦିନ ଆସିବ କି ତମେ

       ମୋ ମଶାଣି ଭୁଇଁକୁ,

       ଦେବାକୁ ପ୍ରେମର କବର।୪

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance