STORYMIRROR

Rohit Rahgir

Romance Fantasy

4  

Rohit Rahgir

Romance Fantasy

ଆଜି ଅଧ ରାତିରେ

ଆଜି ଅଧ ରାତିରେ

1 min
375

କାହିଁ ତମ କଥା ମନେପଡେ

         ଆଜି ଅଧ ରାତିରେ,

ମୁଁ ଲେଖେ କାହିଁ,ପ୍ରେମର କବିତା

          ଆଜି ଅଧ ରାତିରେ...।

ହୃଦୟରେ ମୋର କାହିଁ ଏତେ

         ନୂଆଁ ନୂଆଁ ଉନ୍ମାଦନା,

ମନ ମୋର ହୁଏ କାହିଁ 

          ଆଜି ଏତେ ଆନମନା। 

ଘର ମୋର ବାସେ କାହିଁ

           ଆଜି ପ୍ରେମର ସୁବାସେ,

ସଜେଇଛି ସତେ ଯେମିତି 

          କିଏ ଗୋଲାପର ପୁଷ୍ପେ ।

ନିଦ ମୋର ବସିଛି କାହା ଅପେକ୍ଷାରେ

            ଆଜି ଅଧ ରାତିରେ,

କାହିଁ ତମ କଥା ମନେପଡେ

            ଆଜି ଅଧ ରାତିରେ। 

ତମେ ଆଜି ବହୁ ଦୂରେ

           ସଂସାରର ଜଞ୍ଜାଳରେ,

ମୁଁ ଖୋଜେ ତୁମ ସ୍ପର୍ଶ ପ୍ରିୟା 

          ଏକା ବସିଥିବା ବେଳେ। 

ଆସ ସଖୀ ଭୁଲିଯାଇ

          ଦୁନିଆଁର ସବୁ ନିନ୍ଦା ଅପମାନ,

ଭାଙ୍ଗିଦେଇ ସଂସାରର

          ଯେତେ ମିଛ ନିୟମ ବନ୍ଧନ। 

ଥରୁଟଏ ପାଇଁ ମୋତେ କର ଆଲିଙ୍ଗନ

          ଆଜି ଅଧ ରାତିରେ,

କାହିଁ ତମ କଥା ମୋ ମନେପଡେ

          ଆଜି ଅଧ ରାତିରେ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance