STORYMIRROR

Rohit Rahgir

Tragedy

4  

Rohit Rahgir

Tragedy

ହାଏରେ ବେକାରୀ !

ହାଏରେ ବେକାରୀ !

1 min
273


ପାଠ ପଢ଼ିଲୁ ହେଲେ ଆଜି ଚାକିରି ନାହିଁ

ମନ୍ତିରୀ ସନ୍ତିରୀ ସଙ୍ଗେ ଦୋସ୍ତୀ ବି ନାହିଁ

ଟଙ୍କା ବି ନାହିଁ ମୋର କରିବାକୁ ବେପାର

ହେଲାରେ ହେଲା ଆମ ଲାଇଫଟା ବେକାର।


ଯା ବାପାର ଟଙ୍କା ଥିଲା ପୁଅ ତା ଇଂଜିନିୟର

କଳାବଜାରୀ ପୁଅ ବନିଗଲା ଆଜି ଡାକ୍ତର

ଡୋନେସନ ଦେବା ପାଇଁ ପାଖେ ଟଙ୍କା ନାହିଁ

ବଡ଼ ଲୋକ ହେବା ସ୍ବପ୍ନ ଭାଙ୍ଗିଗଲା ଭାଇ

କେବେ ଆମେ ଭୋକିଲା ତ କେବେ ପୁଣି ପଖାଳ

ହେଲାରେ ହେଲା ଆମ ଲାଇଫଟା ବେକାର।


ଚାକିରି ନ ବାହାରୁଣୁ ସିଟ୍ ସରଂକ୍ଷଣ ହେଲା

ମନ୍ତିରିକୁ ଦେଲେ ଲାଞ୍ଚ ଭାଇ ଚାକିରି ମିଳିଲା

ପୋଷ୍ଟ ଅଫିସର ସିନା ଏଠି ଖାଲି ଲାଭ ହେଲା

ଫର୍ମ ପକେଇ ପକେଇ ବିଚରା ଚାଷୀ ପୁଅ ମଲା

ହତାଶରେ କିଏ ଡାକୁ ଆଉ କିଏ ହେଲା ମାତାଲ

ହେଲାରେ ହେଲା ଆମ ଲାଇଫଟା ବେକାର।


ଗୋଲ୍ଡ ମେଡାଲିଷ୍ଟଧାରୀ ଶେଷେ ହେଲେ ଖପା

ବୟସ ବଢିଲା ବୋଲି ବାହା କରିଦେଲେ ବାପା

ଝିଅ ଘରୁ ଯୌତୁକରେ ଯାହାକିଛି ମିଳିଥିଲା

ସମ୍ମାନ ଦୃଷ୍ଟିରୁ ଭୋଜିଭାତ କରି ସରିଗଲା

ଦଶଦିନେ ସ୍ତ୍ରୀ ପ୍ରେମୀ ସଙ୍ଗେ ହେଲା ଫେରାର

ହେଲାରେ ହେଲା ଆମ ଲାଇଫଟା ବେକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy