STORYMIRROR

Rohit Rahgir

Romance Tragedy

3  

Rohit Rahgir

Romance Tragedy

ଶେଷ ହସ୍ତାକ୍ଷର

ଶେଷ ହସ୍ତାକ୍ଷର

1 min
211

ଆଜି ବି ମୋ ମନେ ପଡ଼େ 

ବିଚ୍ଛେଦର ସେ ଦରଦୀ ମୁହୂର୍ତ୍ତ

ଆଖି ପଲକକୁ ଓଦା କରି

ଚାଲିଥିବା ଅସରାଏ ଲୁହ...

ଛାତିକୁ ଚୁରମାର କରି 

ଭାଙ୍ଗି ପକାଉଥିବା 

ଅସରନ୍ତି ଦୁଃଖର କୋହ 

ଆଉ ତମେ ମୋ ପାଖେ 

ରଖିଥିବା ଅପୂରଣୀୟ ସର୍ତ୍ତ.......।


ଇଚ୍ଛା ହେଉଥିଲା ହାତଧରି

ଅଟକାଇ ଦେବି

ଆଗକୁ ବଢୁଥିବା ତୁମର

ସେ ଦୁଇ ପାଦ 

କିନ୍ତୁ କିଛି ବୁଝିବା ଆଗରୁ

ସତେ ଯେମିତି ପୃଥିବୀଟା 

ଖସି ଯାଇଥିଲା ପାଦତଳୁ 

ମୋର କରି ମୋତେ ସର୍ବସ୍ୱାନ୍ତ......। 


ତୁମେ ଚାଲିଗଲା 

ପରେ ପରେ ଭୁଲିଛି 

ସେ ଗଳିର ଠିକଣା

ଥିଲି ଦିନେ ଯେଉଁଠି

ମୁଁ ଚର୍ଚ୍ଚିତ ନାୟକ 

ଆଜି ତମେ ସିମନ୍ତୀନି

ମଥାରେ ତୁମର

ସୁହାଗ ସିନ୍ଦୂର 

ହେଲେ ମୁଁ ହଜେଇଛି

ସବୁଦିନ ପାଇଁ ଏଇ

ଦୁନିଆଁ ଆଗରେ

ପ୍ରେମ ପାଇଁ ମୋର ପରିଚୟ.......। 


କେତେ ସ୍ୱପ୍ନ ଦେଖିଥିଲି 

ଗଢ଼ିବା ଦୁହେଁ ମିଶି ଆଉ

ଏକ ପ୍ରେମର କୋଣାର୍କ

ହେଲେ ଆଜି ମୋ ପାଇଁ 

ସବୁ ସ୍ମୃତିର କବର 

ତୁମ ପାଖେ ଅଛି 

ଏକ ଖୁସିର ସଂସାର

କିନ୍ତୁ ପାଖେ ମୋର ଲୁହ

ଭରା ସ୍ମୃତିର ଡାଏରୀ 

ଖୋଲି ଦେଲେ 

ହୃଦୟକୁ ଭାଙ୍ଗିଦିଏ ବାରମ୍ବାର.......।


ହଁ! ତମେ କହିଥିଲ 

ଭୁଲି ଯିବା ପାଇଁ 

ରାଣ ଦେଇ ମୋତେ

ଫେରେଇ ଦେଇଥିଲ 

ସବୁ ହାତ ଲେଖା ଚିଠି ମୋର 

ମୁଁ ବି ଭାବିଥିଲି 

ରଖିବି ତୁମ କଥା

ଭୁଲିଯିବି ଚିରଦିନ ପାଇଁ 

କିନ୍ତୁ କଣ ଯେ କରିବି

ମୁଁ ନିରୂପାୟ ଶତ ଚେଷ୍ଠା 

ପରେ ବି ଲିଭେଇ ପାରୁନି

ହୃଦୟରୁ ତୁମ ଶେଷ ହସ୍ତାକ୍ଷର....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance