ହେ ପ୍ରିୟତମା !
ହେ ପ୍ରିୟତମା !
ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଗୋ
ତମେ ସୁଖ ସପନର ବିଭାବରୀ
କେଉଁ ବିନ୍ଧାଣୀର କଳାକୃତି ତୁମେ
ରୂପ ରଙ୍ଗେ କିଏ ହେବ ତୁମ ପରି ।
ଛଳ ଛଳ ତୁମ ସରମୀ ଆଖିରେ
ନୂଆଁ ନୂଆଁ ପ୍ରେମର କଜ୍ଜଳ ଧାର
ଓଠେ ହସେ ତୁମ ଗୋଲାପର ରଙ୍ଗ
କୁଚ ଦିଶେ କଳିକା ଯେ ନଳିନୀର ।
କେତେ ଯତନରେ ଗଢିଛି ବିଧାତା
ସତେ ଯେ କେତେ ଅବକାଶ ନେଇ
କୁଞ୍ଚି କୁଞ୍ଚି ତୁମ କଳା ମେଘୀ କେଶେ
ରଜନୀଗନ୍ଧାର ମଧୁର ସୁବାସ ଦେଇ ।
ମନ ଟାଣିନିଏ ତୁମ ସରୁ ନିତମ୍ବ
ଗଭୀର ନାଭିର ସେଇ ଚଞ୍ଚଳତା
ପ୍ରତି ମୂହୁର୍ତ୍ତରେ ମୋ ବାରଣ ସତ୍ତ୍ୱେ
ଭିଜାଏ ପ୍ରେମେ ଭାଙ୍ଗି ମୋ ନିରବତା ।
କେତେ କନ୍ଦର୍ପ ଯେ ଭ୍ରମିତ ହେଲେଣି
ତୁମର ଏ ରୁପ ଲାବଣ୍ୟକୁ ଦେଖି
ଶବ୍ଦହୀନ ଆଜି ହେଇଛି "ରୋହିତ "
କେମିତି ବର୍ଣ୍ଣିବ ବୋଲି ହେ ନିରିମାଖି ।

