STORYMIRROR

Prabhati Mahapatra

Tragedy Inspirational Others

3  

Prabhati Mahapatra

Tragedy Inspirational Others

ଜୀବନ ଦୋଳି

ଜୀବନ ଦୋଳି

1 min
181


ପ୍ରତି ଦିନ ସ୍ବପ୍ନ ଅମରାବତୀରେ

ବିଚରଣ କରେ ଏଇ ମନ

କେବେ ସୀସା ପରି ଚୂରମାର ତ

କେବେ ସଂସାର ଜଞ୍ଜାଳ ଆବଦ୍ଧରେ ଛନ୍ଦା

ଏଇମିତି ଜୀବନ ଦୋଳି ଖେଳୁ ଥାଏ,

ଏଇ ପଦ୍ମ ପତ୍ରରେ ଟଳମଳ ଜୀବନଟା

ବାଟ ଚାଲୁ ଚାଲୁ ଥକି ପଡି ଯାଏ ସତ

ପରନ୍ତୁ ସୁଖ ଦୁଃଖ ଭରା ଜୀବନଟା

ଅନେକ ବିଚିତ୍ର ମନୁଷ୍ୟ ସଙ୍ଗେ ପରିଚୟ କରାଏ

କିଏ ପ୍ରତାରଣା କରେ ତ କିଏ ମଥା ନୁଆଇଁ

ଖୁସି ଅନୁଭବ କରେ

ଏଇ ସବୁ ମଣିଷ ଜାଣନ୍ତି କି

ତସ୍କର କେଉଁ ପଟେ ଆସିଲା

ଦୁଆର ତାଲାକୁ ଠିକ୍ ଭାବେ ଅନୁଧ୍ୟାନ ନକରି

ଜୀବନକୁ ହୋ ହାଲ୍ଲା ଭିତରକୁ ଠେଲି 

ଦେବା କେତେ ଦୂର ଉଚିତ୍

ଏଇ ଜୀବନ ଦୋଳିୟମାନ

ଶୁନ୍ୟ ଏକ ବାତାବରଣରେ

ସୂକ୍ଷ୍ମ ଏକ ଢାଗା 

ସନ୍ଦେହରେ ନଷ୍ଟ ହୁଏ

ବିଶ୍ଵାସ ଜଳ ଯେତେ ସିଞ୍ଚିବ

ସେତେ ମଜଭୁତ ହେବ

ଅନେକ ସମୟରେ , ଜୀବନ ଦୋଳିରୁ

କଚାଡି ପଡ଼ି ଯିବାର ଅନୁଭବ ଆସେ,

କାରଣ ଜୀବନ ଦୋଳି ଉଡ଼ି ଯାଏ

ଅଜଣା ରାଇଜକୁ

କାହିଁ କେତେ ଦୂର,

ଶୁନ୍ୟତାରେ ଭରି ଦିଏ ଆତଙ୍କ

ପୁଣି ପ୍ରୟୋଜନ ହୁଏ ସାଥୀ ।

ହେଲେ ସେ ଅତୀତ କ'ଣ

ସତେଜ ଥାଏ

ଅଭିସମ୍ପାତରେ ଦୀର୍ଘ ସମୟ ବଳି ଦେଲା ପରେ

ବାସ୍ନାହରା ମଉଳା କୋମଳ ଫୁଲ

ଜୀବନ ଦୋଳିରେ ଝୁଲି ଝୁଲି

ଧରା ଶେଯକୁ ଆଲିଙ୍ଗନ କରି 

ନିଜକୁ ଶେଷ କରି ଦିଏ

ଏଇ ତ "ଜୀବନ ଦୋଳି"

ନିତି ଏକ ନୂଆ ଉପନ୍ୟାସ ସୃଷ୍ଟି,

ନାୟକ ଖଳ ନାୟକ 

ଆଖି ତଳେ, ନାୟିକା କାହାଣୀ 

ଶେଷ ହେବା ପୂର୍ବରୁ ପୁଣି ଥରେ

ଅଙ୍କୁରିତ ହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy