STORYMIRROR

Samar Ballav Bhoi

Abstract Tragedy Inspirational

4  

Samar Ballav Bhoi

Abstract Tragedy Inspirational

ସନା ଭାଇର ଜୀବନୀ

ସନା ଭାଇର ଜୀବନୀ

1 min
356


ଗରୀବର ସଂଜ୍ଞା ନିରେଖି ଦେଖିଲେ

ଗାଁ ସନା ଭାଇ କଥା ମନେ ପଡେ

ସକାଳୁଠୁ ସଞ୍ଜ ପଚାରି ବୁଝିଲେ

ଭଙ୍ଗାଚାଳ ଘରେ ସୁରୁଜ ଆଲୁଅ ପଡେ।।


ପେଟ ପାଇଁ ନିତି ଖାଦ୍ୟ ସନ୍ଧାନେ 

କାମ ଖୋଜି ଖୋଜି ବୁଲେ

କାମ ମିଳୁ ମିଳୁ ଅନେକ ପ୍ରଶ୍ନରେ

ଜୀବନ ରାସ୍ତାଟା ଅଧା ଶୂନ୍ୟରେ ଝୁଲେ।।


ପୁଅ ଝିଅ ଦୁଇ ଅତି ସାନ ସାନ 

ଭାରିଜା ଅଟେ ରୁଗୀଣି ଦେହା

ଘର ପାଇଟିର କାମ କରି କରି

ଶରୀରଟା ପୁରା ସର୍ବଂସହା।।


ପିତୃ ସମ୍ପତ୍ତିର ଭଙ୍ଗାରୁଜା ଆବାସ ଭିତରେ

ଆଶା ଦ୍ବୀପ ଧରି ବଂଚିଛି ସନାଭାଇ

ନେତା ପରେ ନେତା ସବୁ ଆସିବା ଯିବାରେ

ନାରା ଲାଗେ ଏଠି ଭୋଟ ଖଣ୍ଡକ ପାଇଁ।।


ଗଣତନ୍ତ୍ରର ଅନ୍ଧାରୀ ଶାସନ ଭିତରେ 

ଏ ପର୍ଯ୍ୟନ୍ତ ଇନ୍ଦିରା ଆବାସଟେ ମିଳି ନାହିଁ

ହାତବାରିସଠୁଁ ବହୁତ ଦୂରେ ରହି

ସରକାରୀ ଯୋଜନାରୁ ବଂଚିତ ସନାଭାଇ।। 


ସନା ଭାଇ ଆଜି ଅପେକ୍ଷା ରେ ନାହିଁ

କାହାର ସାହାଯ୍ୟ ଟିକକ ପାଇଁ

ହାତ ଗୋଡ଼ ଥିଲେ ଜୀବନ ବଂଚିବ

ସଂସାର ଚାଲିବ ଏଥିରେ ସନ୍ଦେହ ନାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract