STORYMIRROR

NARESH SAHOO

Tragedy Others

3  

NARESH SAHOO

Tragedy Others

ଦାଦନ

ଦାଦନ

1 min
128


ଆଉ କିଛି ବାକି ନ ଥିଲା l

କରୋନା, ଦାରିଦ୍ର୍ୟ, ସାମାଜିକ ବ୍ୟବସ୍ଥା

ମିଳିମିଶି ଖୋଲି ଦେଇଥିଲେ ରାସ୍ତା ।

କହ୍ନେଇ ଓରଫ କାହ୍ନା ଆଜି ଗାଁ ଛାଡ଼ିଲା।


ସେ ଏକା ନୁହେଁ, 

ତିରିଶରୁ ଉର୍ଦ୍ଧ୍ବ ତା ଗାଁରୁ ଯାଉଛନ୍ତି 

ରହିବା, ଖାଇବାର ସୁନ୍ଦର ବ୍ୟବସ୍ଥା

ଦିନକୁ ଛ'ଘଣ୍ଟା କାମ, ହପ୍ତାରେ ଗୋଟେ ଦିନ ଛୁଟି ସାଙ୍ଗକୁ ମାସିକ ଦରମା ନ'ହଜାର।

ବାର୍ଷିକ ବୋନସ, ଭବିଷ୍ୟ ନିଧି, ସହଜ ଛୁଟି, କିସମ କିସମର ବୀମା ଆଦି ସୁବିଧା ସର୍ବୋପରି।


ସ୍ୱତନ୍ତ୍ର ଗାଡିର ସୁବ୍ୟବସ୍ଥା କରିଛି ରଘୁ ମହାନ୍ତି 

ଗାଁରୁ ସିଧା ହାଇଦ୍ରାବାଦ

ମହରଗ ଭିତରେ ଏତେ ସୁବିଧା କେହି ହାତ ଛଡା କରେ!


ବୋଉକୁ ଚମତ୍କୃତ କଲା କାହ୍ନା

ସେ ଯିବ ହାଇଦ୍ରାବାଦ।

ଅନ୍ୟମାନଙ୍କ ପରି ନିଜ ଭାଗ୍ୟକୁ ପରଖିବ

ବୋଉ ମୁହଁରେ ହସ, ଦାରିଦ୍ର୍ୟକୁ ମାତ୍ ଦେବାପାଇଁ ସେ ଗାଁ ଛାଡ଼ିବ।

ଥରୁଟିଏ ତାକୁ ସୁଯୋଗ ମିଳୁନା!!


ନିର୍ବାକ, ନିସ୍ପନ୍ଦ, ବିଗଳିତ ମାତୃପ୍ରାଣ


ସମୟ ପୁଣିଥରେ ପରୀକ୍ଷା ନେଉଛି

କରୋନା ଛଡ଼େଇଥିଲା ହାତରୁ ପାଣିକାଚ, ପୁଅକୁ ବନେଇଥିଲା ବାପଛେଉଣ୍ଡ

ମହାଜନ କରିଥିଲା ବେଘର

ଘରଡିହ ଖଣ୍ଡକ କୁଆଡେ ବନ୍ଧକ ରଖିଲେ ଦିବଂଗତ।

ପୁଅର ପ୍ରସ୍ତାବ ପାଖରେ 

ବୈଧବ୍ୟ, ବେଘର ହେବାର ଦୁଃଖ ମଳିନ ପଡୁଥିଲେ।


କହ୍ନାର ଏକାନ୍ତ ଜିଦ୍

ସେ ଆଉ ସ୍କୁଲ ଯିବନାହିଁ

ମ୍ୟାଟ୍ରିକ ପରୀକ୍ଷା ଦେବନାହିଁ

କରୋନା ତ ପାଠପଢା ଠପ୍ କରିସାରିଛି ଅନେକ ଆଗରୁ

ତା ପାଖରେ ସାଧନ ଅଛି ଯେ ପଢ଼ିବ ଘରୁ ଥାଇ

ତା ଛଡ଼ା ଶିକ୍ଷା ସହ ସମ୍ପୃକ୍ତି କେବେ ବି ତାର ଦୀର୍ଘସ୍ଥାୟୀ ହେବ ନାଇ।


ହଁ ନାଇଁର ଲୁଚକାଳି ଖେଳ

ବାଳୁତ ପୁଅର କଟାଳ

ଅଚାନକ ଶୈଶବରୁ ତାରୁଣ୍ୟର ରୂପାନ୍ତର

ମାତୃ ହୃଦୟକୁ ବିଚଳିତ କରୁଥିଲା।


କହ୍ନେଇ ଓରଫ କାହ୍ନା ଆଜି ହାଇଦ୍ରାବାଦ ଗଲା।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy