STORYMIRROR

Amit Bal

Romance Tragedy Classics

3  

Amit Bal

Romance Tragedy Classics

ହୃଦୟର ସ୍ପନ୍ଦନ

ହୃଦୟର ସ୍ପନ୍ଦନ

1 min
158

ଅପରୂପା ନାୟିକା ଅନାମିକା ଶିଳାସୁନ୍ଦରୀ

ତା'ରି ସ୍ମୃତିରେ ହୃଦୟର ସ୍ପନ୍ଦନ ମୋ ଦ୍ଵିଗୁଣିତ ହୁଏ

ସୃଷ୍ଟିର ସର୍ଜନାକୁ ନୀତି ଉପେକ୍ଷା କରି,

 

ତା' ଅଳସୀ ଆଖିର ପୁରିଲା ଚାହାଁଣୀ

ମୁଗ୍ଧ ଚକିତ କରି ମୋତେ ଦିଏ ହାଣି

ଅପେକ୍ଷାରତ ନିର୍ଜନ ମଧ୍ୟାହ୍ନରେ ।

ନିଃସଙ୍ଗ ଜୀବନର ବିଡ଼ମ୍ବିତ ପ୍ରହରେ ,


ସେ ନଦୀ ନୁହେଁ ଗଭୀର ସାଗର

ସ୍ବପ୍ନର ସୀମାନ୍ତରେ କେଉଁ ଏକ ଅଜଣା ସହର

ବିଜୁଳି ପରି ଝଲସେଇ ଲୁଚି ଯିବ

ଖୋଜିଲା ବେଳକୁ ଗଗନେ ନଥିବ ,


କେବେ ଜୀବନରେ ସ୍ବପ୍ନର ମାଦକତା ବୁଣି

କେବେ ଆଖି ଆଖିରେ ବର୍ଣ୍ଣି ଅୟୁତ କାହାଣୀ;

ଭାଙ୍ଗିବା ଗଢିବାର ସେ ଅସଲ ବିନ୍ଧାଣୀ

ଅବିଳମ୍ବେ ହୃଦୟର ସ୍ପନ୍ଦନକୁ ବଢାଏ

         ଅଥଚ କେହି ବି ପାରେନା ଜାଣି ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance