ସତରେ କ'ଣ
ସତରେ କ'ଣ
ସତରେ କ'ଣ
ତୁମେ ମୋତେ ଭୁଲିଗଲ
ରୂପ ଲାବଣ୍ୟ ର ଅହଂକାରେ
ସତେ କିବା ତୁମେ ବୁଡିଗଲ
ବିଦ୍ୟା,ବୁଦ୍ଧି ଅବା ଜ୍ଞାନର
ଅଧିକାରୀ ବୋଲି
ସତରେ କ'ଣ
ତୁମେ ମୋତେ ଭୁଲିଗଲ ?
ତୁମେ ହୋଇପାର ମିଛ
ତୁମ ପ୍ରେମ ହୋଇପାରେ ମିଛ
ହୃଦୟ କି ତବ ମିଛ
ଆତ୍ମା କି ତବ ମିଛ
ଆତ୍ମା ଯଦି ହୁଏ ଅବିନାଶ
ପ୍ରେମ କିପରି ହେବ ଶେଷ
ଦୁଇ ହୃଦୟର
ଆକର୍ଷଣ କି ହେବ ଶେଷ ?
ଗର୍ବ ଅହଙ୍କାର
ଅଭିମାନ ସ୍ଵାଭିମାନ
ସମ୍ପର୍କ କୁ କରେ ନାଶ
ତୁମ ସୌ୍ଦର୍ଯ୍ୟ ଗର୍ବେ
ଆମ ଭଲପାଇବା କୁ କଲ ଶେଷ
ଧନ, ଜ୍ଞାନ,ମାନ ଅହଂକାରେ
ଆମ ପ୍ରେମକୁ କରିଲ ଧ୍ଵଂସ
ପ୍ରେମ ଚିରନ୍ତନ
ସେ ଶାଶ୍ଵତ ସେ ଅବିନାଶ
ଯେତେ ଅଭିନୟ କରିଲେ ବି
ଏବେ କ'ଣ ତୁମେ ମୋତେ
ପାଅ ନାହିଁ ଭଲ
ସତରେ କ'ଣ
ତୁମେ ମୋତେ ଭୁଲିଗଲ ?
ପ୍ରେମ କରି ଯିଏ
ଭୁଲିଯାଏ କୁହେ
ସେ ନିଜ ସହ ନିଜେ
ପ୍ରତାରଣା କରିଥାଏ
ପରିବାର, ପରିବେଶ ଅବା
ସମାଜର ଚାପେ
ଚୁପି ଚୁପି ନିରବେ କାନ୍ଦେ ସେ
ଭଲପାଇବା ଟା ପିଲା ଖେଳ ନୁହେଁ
ଆତ୍ମା ସହ ଆତ୍ମା ର ମିଳନ
ରହିଥାଏ ପୁଣି ଭଲପାଇବା ରେ
ଶାରୀରିକ ମାନସିକ ଆକର୍ଷଣ
ଏତେ ତତ୍ତ୍ଵ ମଧ୍ୟେ ପ୍ରେମ ପରିପୂର୍ଣ୍ଣ
ସବୁ ଫାଙ୍କିଦେଇ
ମିଛ ଅଭିନୟେ ରହି
କହୁଛ ତୁମେ
ପ୍ରେମକୁ ଆମର ଭୁଲିଗଲ
ସତ କୁହ ସତ କୁହ
ତୁମେ ମୋତେ ଭୁଲିଗଲ
ସତରେ କ'ଣ
ତୁମେ ମୋତେ ଭୁଲିଗଲ ?
ପରିସ୍ଥିତି ର ଚାପ
ତୁମକୁ କରିଥାଇ ପାରେ ଚୁପ
ଲୋକଦେଖାଣିଆ
ମିଛ ଅଭିନୟ କରି କହିପାର
ତୁମେ ମୋତେ ଭୁଲିଗଲ
ତୁମ ହୃଦୟ ଓ ଆତ୍ମା
କେବେ ଦେଖିଛନ୍ତି କି
କିଛି ମୋ ପ୍ରେମେ ଭୁଲ
ଏବେ ବି ତୁମ ହୃଦୟ
ମୋ ମନ ହୃଦୟକୁ ପାଏନି ଭଲ
ସତରେ କ'ଣ
ତୁମେ ମୋତେ ଭୁଲିଗଲ
ସତେ କଣ ତୁମେ ମୋତେ
ଏବେ ବି ପାଅନି ଭଲ ।
ପାପ ନୁହେଁ କି
ଅଭିଶାପ ନୁହେଁ
ଭଲପାଇବା
ଭଲପାଇ ପ୍ରତିଶ୍ରୁତି ଦେଇ
ଯଦି ପ୍ରତାରଣା ଦେବା
ହୃଦୟେ ଓ ମନ ମଧ୍ୟେ
ଥାଇ ଆକର୍ଷଣ
ପ୍ରେମିକା ହୋଇ ପ୍ରେମିକକୁ
ମିଛ ଅଭିନୟେ ଲୁଚାଇବା
ଏ ସବୁକୁ ଆମେ କ'ଣ କହିବା
ପ୍ରେମ ନୁହେଁ ପ୍ରତାରଣା
ଭଲପାଇବା ରେ ନ ଥାଏ ଘୃଣା
ଯଦି ହୃଦୟ ଦେଇ ଜଣେ ଜଣକୁ
ପାଉଥାଏ ଭଲ
ସେ ପ୍ରେମିକା ହେଉ ଅବା ପ୍ରେମିକ
ନିଷ୍ଠାପର ପ୍ରେମ ପାଶେ
ତା'ର ମିଛ ଅଭିନୟ ପାଲଟିବ ଭୁଲ
ସେ ନିଷ୍ଠାପର ପ୍ରେମିକ
ତା ପ୍ରେମିକା କୁ ପଚାରଇ ଆଜି
ସତରେ କ'ଣ
ତୁମେ ମୋତେ ଭୁଲିଗଲ
ନା ଭୁଲିବାର ବାହାନା କରି
ସୁଖ ସମୃଦ୍ଧି ର ଲାଳସାରେ
ଅନ୍ୟ ହାତ ଧରି ଚାଲିଗଲ ?