STORYMIRROR

Snigdha Mishra

Tragedy Others

3  

Snigdha Mishra

Tragedy Others

ଏକାକୀତ୍ୱ

ଏକାକୀତ୍ୱ

1 min
148

ଆଜି ତମାମ୍ ଅପରାହ୍ନ ଜାଳିଥିଲା

ପରେ ମେଘ ବି ଲୋତକ ଢାଳିଥିଲା

ଶୂନ୍ୟତାକୁ ଭିଡ଼ି ସଫେଦ୍ କାଗଜ

କବିତାଟେ ପାଇଁ ଅଳି କଲା ।


ଏବେ ଆଖି ଅଗଣାରେ ବାରି କାଇଁ

ମନ ଆକାଶେ ଶ୍ରାବଣ ଫେରି ନାହିଁ

ତଥାପି ଭାବନା ଅଳି କରେ ଆଜି

ମୁଠାଏ ମାଟିର ବାସ୍ନା ପାଇଁ ।


ତମସା ଛାତିରେ ମୋ ଖଦ୍ୟୋତ ଅସ୍ତିତ୍ବ

ନୀରବତା ଅବୟବ ସାରା ପରିବ୍ୟାପ୍ତ

ସାନ୍ନିଧ୍ୟର ପ୍ରତିଶ୍ରୁତିକୁ ପାଶୋରି

ଉପହାର ମିଳେ ଏକାକୀତ୍ୱ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy