ଏକାକୀତ୍ୱ
ଏକାକୀତ୍ୱ
ଆଜି ତମାମ୍ ଅପରାହ୍ନ ଜାଳିଥିଲା
ପରେ ମେଘ ବି ଲୋତକ ଢାଳିଥିଲା
ଶୂନ୍ୟତାକୁ ଭିଡ଼ି ସଫେଦ୍ କାଗଜ
କବିତାଟେ ପାଇଁ ଅଳି କଲା ।
ଏବେ ଆଖି ଅଗଣାରେ ବାରି କାଇଁ
ମନ ଆକାଶେ ଶ୍ରାବଣ ଫେରି ନାହିଁ
ତଥାପି ଭାବନା ଅଳି କରେ ଆଜି
ମୁଠାଏ ମାଟିର ବାସ୍ନା ପାଇଁ ।
ତମସା ଛାତିରେ ମୋ ଖଦ୍ୟୋତ ଅସ୍ତିତ୍ବ
ନୀରବତା ଅବୟବ ସାରା ପରିବ୍ୟାପ୍ତ
ସାନ୍ନିଧ୍ୟର ପ୍ରତିଶ୍ରୁତିକୁ ପାଶୋରି
ଉପହାର ମିଳେ ଏକାକୀତ୍ୱ ।